Home ବ୍ରହ୍ମପୁର ସ୍ପେଶାଳ ବୁଗୁଡ଼ା ବ୍ଲକ ଓ ଏନଏସି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ

ବୁଗୁଡ଼ା ବ୍ଲକ ଓ ଏନଏସି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ

0
4

ବୁଗୁଡ଼ା, ୨୨/୬/୨୬ : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପଞ୍ଚାୟତ ସମିତି ଓ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମିଳିତ ଭାବେ ଦ୍ୱାଦଶ ତମ ଅନ୍ତର୍ଜାତୀୟ ଯୋଗ ଦିବସ ୨୧/୬/୨୬ ତାରିଖ ଦିନ ବୁଗୁଡ଼ା ଇନ୍ ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧକାରୀ ଦୁତିକୃଷ୍ଣ ପାତ୍ର ଓ ବୁଗୁଡ଼ା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଯୋଗ ଅଭ୍ୟାସ କାର୍ଯ୍ୟକ୍ରମରେ ବହୁ ଲୋକପ୍ରତିନିଧି, କର୍ମଚାରୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗଦେଇ ଅନ୍ତର୍ଜାତୀୟ ଯୋଗ ଦିବସକୁ ସଫଳ କରିଥଲେ। ବିଡିଓ ଶ୍ରୀ ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସମସ୍ତଙ୍କ ସଚେତନତା ପାଇଁ ପ୍ରକାଶ କରିଥିଲେଯେ,”ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବା ଦ୍ୱାରା ଆମେ ନିରୋଗ ଓ ସୁସ୍ଥ ଜୀବନ ଯାପନ କରିପାରିବା। ସୁସ୍ଥ ଜୀବନ ଯାପନ ପାଇଁ ବରିଷ୍ଠ ନାଗରିକମାନେ ମଧ୍ୟ ପ୍ରତିଦିନ ଯୋଗ ଅଭ୍ୟାସ କରିବା ଅତ୍ୟନ୍ତ ଆବଶ୍ୟକ। ଯୋଗ ଦ୍ୱାରା ସୁସ୍ଥ ଜୀବନ ଯାପନ ସହ ରକ୍ତ ସଞ୍ଚାଳନ ସଠିକ୍ ହେବା ସହ ଧର୍ଯ୍ୟ, ସାହାସ ଓ ଶୃଙ୍ଖଳା ଜ୍ଞାନ ବୃଦ୍ଧି ପାଇଥାଏ।”

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!