ବୁଗୁଡ଼ା ବ୍ଲକରେ ଜୁନ୍୧୭ ତାରିଖରୁ “ବିକାଶର ଧାରା ଓଡିଶା ସାରା” କାର୍ଯକ୍ରମ ଆରମ୍ଭ

0
2

ବୁଗୁଡ଼ା, ୨୨/୬/୨୬ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନର ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଯେଉଁ ସବୁ ଜନକଲ୍ୟାଣ ଓ ପ୍ରଗତିଶୀଳ କାର୍ଯ୍ୟକ୍ରମ କରାଯାଇଛି ସେ ସମସ୍ତ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ସଚେତନ କରିବା ପାଇଁ ସପ୍ତାହ ବ୍ୟାପି *ବିକାଶର ଧାରା ଓଡିଶା ସାରା* କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। ଏହି କାର୍ଯ୍ୟକ୍ରମ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୭/୬/୨୬ ତାରିଖ ଠାରୁ ଆରମ୍ଭ ହୋଇଛି। ୧୭/୬/୨୬ ତାରିଖ ଦିନ ପ୍ରଥମ ଦିବସରେ ତଫସିଲ ଭୁକ୍ତ ଜାତି ଓ ଜନଜାତିଙ୍କ ସମ୍ବାଦ ବିଷୟରେ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ଜାତି ଓ ଜନଜାତି ର ଜନସାଧାଣଙ୍କୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସୁବିଧା ବିଷୟରେ ସଚେତନତା କରାଯାଇଥିଲା। ଦ୍ଵିତୀୟ ଦିନ ୧୮/୬/୨୬ ତାରିଖରେ କୃଷକ ସମ୍ବାଦ ବିଷୟରେ ସଚେତନତା କରାଯାଇଥିଲା। କୃଷି ଓ ମତ୍ସ୍ୟ ଚାଷ ବିଷୟରେ କୃଷକ ଓ ମତ୍ସ୍ୟ ଚାଷୀ ବୃନ୍ଦଙ୍କୁ ଯେଉଁ ସବୁ ସୁବିଧା ଓ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ସଚେତନ କରାଯାଇଥିଲା। ବ୍ଲକର ସମସ୍ତ ପଞ୍ଚାୟତରୁ ବହୁ ଚାଷୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେହିପରି ତୃତୀୟ ଦିନ ୧୯/୬/୨୬ ତାରିଖରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ସମାଜ ପାଇଁ ନିଯୁକ୍ତି ସୁଯୋଗ ବିଷୟରେ ସଚେତନତା କରାଯାଇଥିଲା। ଯୁବ ସମାଜ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶାସକଙ୍କୁ ପ୍ରଶ୍ନ କରି ସନ୍ଧେହ ଦୂର କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକର ଅଧିକାରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here