ବୁଗୁଡ଼ା ବ୍ଲକ ଓ ଏନଏସି ଜାତୀୟ କଂଗ୍ରେସ ପକ୍ଷରୁ ବୈଠକ।

0
16

ବୁଗୁଡ଼ା, ୨୨/୬/୨୬ : ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ବୁଗୁଡ ବ୍ଲକ ଓ ବୁଗୁଡ଼ା ଏନଏସି ପକ୍ଷରୁ ଖୋଳଖାଳି ଗ୍ରାମର ମା’ ବାଙ୍କେଶ୍ବରୀ ମନ୍ଦିର ପୀଠରେ ବୁଗୁଡ଼ା ବ୍ଲକ କଂଗ୍ରେସ ସଭାପତି ଜାନକୀ ବଲ୍ଲଭ ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକରେ ପିସିସି ସଦସ୍ୟ ସୁଜିତ କୁମାର ସ୍ବାଇଁ, ଆଡଭୋକଟ ମାନସ ରଞ୍ଜନ ଦାଶ, ସୁଶାନ୍ତ କୁମାର ସ୍ବାଇଁ, ସୁଶାନ୍ତ କୁମାର ସାହୁ, ସୁବ୍ରତ କୁମାର ପଟ୍ଟନାୟକ, ସିମାଞ୍ଚଳ ଖଟାଇଙ୍କ ସମେତ ବ୍ଲକ କଂଗ୍ରେସର କମିଟି ଓ ନଗର କଂଗ୍ରେସର କମିଟି ର ଅନ୍ୟାନ୍ୟ ସଦସ୍ୟ ଓ କର୍ମୀ ବୃନ୍ଦ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here