“ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ଉଦଯାପନ : ଓଏଏସ ପରୀକ୍ଷାରେ ଉତ୍ତିର୍ଣ୍ଣ ଶ୍ରୀମତୀ କସ୍ତୁରୀଙ୍କୁ ସମ୍ବର୍ଦ୍ଧନା।

0
4

ପୋଲସରା ୨୫/୦୬/୨୬ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ମ୍ୟୁନସିପାଲିଟରେ “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ମ୍ୟୁନସିପାଲିଟର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ଯୋଗଦେଇ ପୋଲସରା ସହରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପୋଲସରା ମ୍ୟୁନିସିପାଲିଟିରେ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଥିଲା। ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ରାସନ କାର୍ଡ ବଣ୍ଟନ କରାଯିବ ସହ ଚଳିତ ବର୍ଷ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୩୮ ନମ୍ବର ମେରିଟରେ ଉତ୍ତୀର୍ଣ୍ଣ ହୋଇଥିବା କସ୍ତୁରୀ ଆଚାରୀ ଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ସାଂସଦ ଅନିତା ସୁଭଦର୍ଶିନୀଙ୍କ ଦ୍ବାରା ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧତ କରାଯାଇଥିଲା । ଏହି ଅବସରରେ ପୋଲସରା ମ୍ୟୁନସିପାଲିଟର ବିଭିନ୍ନ ଓ୍ବାଡ଼ରୁ ଅଳିଆ ଆବର୍ଜନା ଉଠାଇବା ପାଇଁ ୮ ଟି ନୂତନ ଇ-ଅଟୋ ଏବଂ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ପଶୁପକ୍ଷୀଙ୍କ ଉଦ୍ଧାର ନିମନ୍ତେ ଗୋଟିଏ ରେସକ୍ୟୁ ଭ୍ୟାନ୍ ମଧ୍ୟ ଶୁଭାରମ୍ଭ ହୋଇଥିଲା । ସେହିପରି ପୋଲସରା ସହରର ସୌନ୍ଦର୍ଯ୍ୟକରଣକୁ ନେଇ ଗୋପବନ୍ଧୁ ସାହି ଛକରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସତ୍ୟାଗ୍ରହ ଦାଣ୍ଡି ଯାତ୍ରାର ପ୍ରମୁଖ ମୂର୍ତ୍ତି ଗୁଡିକର ଉନ୍ମୋଚନ କରି ବିକାଶ ବାର୍ତ୍ତା ଦେଇଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହି ଅବସରରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିବା ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here