Home ବ୍ରହ୍ମପୁର ସ୍ପେଶାଳ ସୁନା ଓ ରୂପା ଅଳଙ୍କାର ଚୋରି ମାମଲାରେ ତିନି ଅଭିଯୁକ୍ତ ଗିରଫ

ସୁନା ଓ ରୂପା ଅଳଙ୍କାର ଚୋରି ମାମଲାରେ ତିନି ଅଭିଯୁକ୍ତ ଗିରଫ

0
3

ପୋଲସରା, ୨୯/୬/୨୬ ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ଲଛିପୁର ଗ୍ରାମ, ସୋଡକ ଗ୍ରାମ, ବର୍ତ୍ତିନି ଗ୍ରାମ ଓ ପୋଲସରା ସହର ଜଗନ୍ନାଥ ମନ୍ଦିର ନିକଟରୁ ବନ୍ଦ ହୋଇଥିବା ଘରୁ ସୁନା ଓ ରୂପା ଅଳଙ୍କାର ଚୋରିହୋଇଥିଲା । ଅଭିଯୋଗ ପ୍ରକାରେ ପୋଲସରା ପୋଲିସ ଥାନାରେ ୨୨/୨/୨୬ ତାରିଖରେ କେଶ ନଂ ୧୧୧/୨୬ , ୧୧/୦୪/୨୬ ତାରିଖରେ କେଶ ନଂ ୧୯୫/୨୬, ୨୪/୬/୨୬ ତାରିଖରେ କେଶ ନଂ ୩୭୫/୨୬ ଓ ୨୮/୬/୨୬ ତାରିଖରେ କେଶ ନଂ ୩୮୩/୨୬ ପଞ୍ଜିକୃତ ହେବା ସହ ପୋଲିସ ଏକ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା । ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ୍ ଓ ଅନୁସନ୍ଧାନ ଜାରି ରଖିଥିବା ବେଳେ ୨୮/୬/୨୬ ତାରିଖ ରାତ୍ରରେ ପୋଲସରା ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ୫ ଜଣ ସଂପୃକ୍ତି ଥିବା ଜଣାପଡିଛି। ଏନେଇ ୨୯/୬/୨୬ ତାରିଖ ଦିନ ପୋଲସରା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁରଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଓ ପୋଲସରା ଆଇଆଇସି କୌଶିକ ମାଝୀ ସୂଚନା ପ୍ରଦାନ କରିଥିଲେ । ଚୋରି କେଶରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ପୋଲସରା ଥାନା ଅନ୍ତର୍ଗତ ଗରେଇଝୁଳି ଗ୍ରାମର ରାଜିବ ପାତ୍ର(୩୨) ଓ ରଞ୍ଜିତ ନାହାକ ଓରଫ୍ ପଣ୍ଡା (୨୭) ଏବଂ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅନ୍ତର୍ଗତ ଗଜେନ୍ଦ୍ର ପଲ୍ଲୀ ଗ୍ରାମର ଆଲକାନୁ ଜିତୁ (୩୩) । ଚୋରି ସୁନା କିଣାବିକାରେ ସଂପୃକ୍ତ ଥିବା ଯୁଏଲାର୍ସ ମାଲିକ ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ଗ୍ରାମର ଜି.ଅରବିନ୍ଦ ପାତ୍ରଙ୍କୁ ନୋଟିସ କରାଯାଇଥିବା ସୂଚନା ପ୍ରଦାନ କରିଥିଲେ । ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୧୧୨ ଗ୍ରାମ୍ ସୁନା , ୨୫୬ ଗ୍ରାମ୍ ରୁପା ଅଳଙ୍କାର, ନଗଦ ୩ ହଜାର ୫ ଶହ ଟଙ୍କା , ଗୋଟିଏ ବାଇକ୍ ଓ ଚୋରିରେ ବ୍ୟବହୃତ ସରଞ୍ଜାମ ଜବତ କରିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!