Home ବ୍ରହ୍ମପୁର ସ୍ପେଶାଳ ଭଞ୍ଜ ସାହିତ୍ୟ ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ଗର୍ବ ଓ ଗୌରବ

ଭଞ୍ଜ ସାହିତ୍ୟ ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ଗର୍ବ ଓ ଗୌରବ

0
4

ବୁଗୁଡ଼ା, ୦୧/୭/୨୬ : ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ର ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର”, ବାଲିପଦର ପକ୍ଷରୁ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବାଲିପଦର ଅହଲ୍ୟା ଦେବୀ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ସଙ୍ଗଠନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ୧୬୩ତମ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ କାବ୍ୟରେ ପାଣ୍ଡିତ୍ଯ ଶୀର୍ଷକ ଆଲୋଚନାରେ ଅତିଥି ଭାବେ ଯୋଗଦେଇ, ଭଞ୍ଜ ଗବେଷକ କାମରାଜୁ ସାହାଣୀ ଭଞ୍ଜ ସାହିତ୍ୟ ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ର ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ତମ ଅତିଥି ଭାବେ ଶିକ୍ଷାବିତ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, ଆଶୁକବି ନନ୍ଦ କିଶୋର ପ୍ରଧାନ, କବି ପଦ୍ମଲୋଚନ ଗୌଡ, ଅଧ୍ୟାପିକା ଇତିଶ୍ରୀ ନାୟକ, ବନିତା କୁମାରୀ ନାୟକ, ମିନତି ରାଣୀ ଗୌଡ, କୈଳାଶ ଚନ୍ଦ୍ର ପ୍ରଧାନ, ବୃନ୍ଦାବନ ମହାନ୍ତି ଯୋଗଦେଇ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବାରମ୍ବାର ଭଞ୍ଜ ସାହିତ୍ୟ ଆଲୋଚନାର ସୁଯୋଗ ସୃଷ୍ଟି କରିବା ଆବଶ୍ଯକ ବୋଲି ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇ ଥିବା ବେଳେ ଶେଷରେ ଖଲିପରିଡା ଧନ୍ଯବାଦ ଅର୍ପଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!