Home ବ୍ରହ୍ମପୁର ସ୍ପେଶାଳ ଗଞ୍ଜାମ ପେନକାକ ସିଲଟ ସଂଘ ଖେଳାଳି ଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ। ଗୋଟିଏ ସ୍ବର୍ଣ୍ଣ ପଦକ ସହ...

ଗଞ୍ଜାମ ପେନକାକ ସିଲଟ ସଂଘ ଖେଳାଳି ଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ। ଗୋଟିଏ ସ୍ବର୍ଣ୍ଣ ପଦକ ସହ ୨ଟି ରୌପ୍ୟ ପଦକ ହାସଲ

0
4

ବ୍ରହ୍ମପୁର,୦୩/୦୭/୨୦୨୬: ପଶ୍ଚିମ ଭାରତର ମହାରାଷ୍ଟ୍ର ରାଜ୍ୟର ନାଶିକ ଠାରେ ଚଉଦ ତମ ନ୍ୟସନାଲ ସିଙ୍ଗା, ମକାନ, ପ୍ରିଟିନ, ପ୍ରିଜୁନିଅର ଓ ଜୁନିଅର ପେନକାକ ସିଲଟ ଚମ୍ପିୟାନସିପି ପ୍ରତିଯୋଗିତା ରେ ଗୌରାବାନ୍ୱିତ କରିଛନ୍ତି ଗଞ୍ଜାମ ପେନସିକ ସିଲଟ ସଂଘର ଖେଳାଳି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପେନକାକ ସିଲଟ ପ୍ରତିଯୋଗିତା ଚଳିତ ଜୁନ ୨୫ ରୁ ୨୮ ତାରିଖ୍ୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ଗଞ୍ଜାମ ପେନକାକ ସିଲଟ ସଂଘ ଖେଳାଳି ଉଲ୍ଲେଖନୀୟ ପ୍ରଦର୍ଶନ କରି ୧ଟି ସ୍ବର୍ଣ୍ଣ ପଦକ ଓ ୨ଟି ରୌପ୍ୟ ପଦକ ହାସଲ କରି ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପ୍ରତିଯୋଗିତା ର ପ୍ରିଟିନ ବାଳିକା ବର୍ଗ ସୋଲୋ ରେ ସ୍ନେହାଞ୍ଜଳି ସାହୁ ସ୍ବର୍ଣ୍ଣ ପଦକ, ଜୁନିଅର ବାଳିକା ବର୍ଗ ଟେଣ୍ଡିଂ ରେ ଅର୍ପିତା ଗୌଡ଼ ରୌପ୍ୟ ପଦକ ଓ ପ୍ରିଜୁନିଅର ବାଳକ ବର୍ଗ ଗାଣ୍ଡା (ଡବଲ ବିଭାଗ )ରେ ମାରୁତି ପ୍ରସାଦ ସମନ୍ତରାୟ ଓ ସାଇ କ୍ରିଷ୍ଣା ପାଣିଗ୍ରାହୀ ରୌପ୍ୟ ପଦକ ହାସଲ କରିଥିଲେ। ଗଞ୍ଜାମ ପେନକାକ ସିଲଟ ସଂଘ ର ଖେଳାଳି ଙ୍କ ଏହି ସଫଳତା ଜିଲ୍ଲା ର କ୍ରୀଡା କ୍ଷେତ୍ର ପାଇଁ ଏକ ବଡ ସଫଳତା ଭାବେ ବିବେଚନା କରାଯାଇଛି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!