Home ବ୍ରହ୍ମପୁର ସ୍ପେଶାଳ ଛତ୍ରପୁର ବ୍ଳକ କାଳିପଲ୍ଲୀ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର ବ୍ଳକ କାଳିପଲ୍ଲୀ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
4

ଛତ୍ରପୁର,୦୮/୦୭/୨୦୨୬:ବନ ମହୋତ୍ସବ ଉଦ୍‌ଯାପନୀ ଉତ୍ସବରେ ଛତ୍ରପୁର ବ୍ଳକ କାଳିପଲ୍ଲୀ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବନପାଳ ବାବୁ ସେଠୀ, ବନରକ୍ଷୀ ମାଧବ ବେହେରା, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସ୍ନେକ ହେଲ୍ପ ଲାଇନ ସଂଯୋଜକ ସ୍ବାଧୀନ କୁମାର ସାହୁ, ଶିକ୍ଷାବିତ୍ ନୀଳମଣି ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉପକୂଳବର୍ତ୍ତୀ ଅଞ୍ଚଳରେ ଏବେ ସମୁଦ୍ର କୂଳ ଲଂଗୁଛି। ଏହାର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ବର୍ଷକୁ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଅତିଥ୍‌ ଆହ୍ୱାନ କରିଥିଲେ। ସଭା ଶେଷରେ ସ୍କୁଲ ପରିସରରେ ଫଳ ଜାତୀୟ ବୃକ୍ଷ ରୋପଣ କରିଥିଲେ। ଶିକ୍ଷୟିତ୍ରୀ ସୀତାରାଣୀ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଇକୋ କ୍ଲବ ଇନଚାର୍ଜ ରଶ୍ମିତା ରଣା, ଗାୟତ୍ରୀ ନାୟକ, ଶୌରଭ ରଞ୍ଜନ ଘଡ଼ାଇ, କିରଣ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସ୍କୁଲ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ ‌।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!