ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

0
6

ପୋଲସରା ୨୮/୦୭/୨୬ ପୋଲସରା ସହରର ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦେବାଶିଷ ସ୍ବାଇଁ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଶିଶୁମାନଙ୍କୁ ବିଜ୍ଞାନର ଜୟଯାତ୍ରା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ସଂପାଦକ ଦୁର୍ଗା ପ୍ରସାଦ ମହାପାତ୍ର ଓ ଉପସଭାପତି ପ୍ରମୁଖ କୁମାର ପ୍ରଧାନଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଦାଶରଥି ସ୍ବାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟ ମନୋଜ କୁମାର ପାଣିଗ୍ରାହୀ ବିଜ୍ଞାନ ମେଳା ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ବ୍ରଜ ମୋହନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କ ମଧ୍ୟରୁ ୧ମ, ୨ୟ ଓ ୩ୟ ଶ୍ରେଣୀର ମୋଟ ୫୦ ଜଣ ଏବଂ ଶିଶୁ ବର୍ଗ, ବାଲବର୍ଗ ଓ କିଶୋର ବର୍ଗରେ ୬୦ ଜଣ ଶିଶୁ ବିଜ୍ଞାନ ପ୍ରକଳ୍ପ , ବିଜ୍ଞାନ ପତ୍ରବାଚନ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରୟୋଗ, ଗଣିତ ପତ୍ରବାଚନ, ବିଜ୍ଞାନ କଥାକଥନ, ମୂର୍ତ୍ତି କଳା ଓ ଆଶୁଭାଷଣ ପ୍ରତିଯୋଗିତା ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଆଚାର୍ଯ୍ୟ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here