ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ହିନ୍ଦୀ ଦିବସ ପାଳନ

0
386

ପାରଳାଖେମୁଣ୍ଡି ୧୪/୯ ପାରଳାଖେମୁଣ୍ଡି ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଭାଗୃହ ଠାରେ ଜାତୀୟ ହିନ୍ଦୀ ଦିବସ ପାଳନ ହୋଇଯାଇଛି। ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସୋରଜ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମରେ ସଭାପତି କରି ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ପ୍ରଭାରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଭାଇଭଉଣୀ ମାନଙ୍କୁ ଜାତୀୟ ହିନ୍ଦୀ ଦିବସ ଉଦ୍ଧେଶ୍ୟ ସଂପକରେ ନିଜର ଅଭିଭାଷଣ ରଖିଥିଲେ। ଏହି ଦିବସରେ ସରସ୍ୱତୀ ଶିଶୁ ମନ୍ଦିରର ଭାଇଭଉଣୀ ସମେତ ବିଦ୍ୟାଳୟର ହିନ୍ଦୀ ବିଭାଗର ଗୁରୁଜୀ -ଗୁରୁମା ପ୍ରମୁଖ୍ୟ ହିନ୍ଦୀ ଦିବସର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ। ଶେଷରେ ପ୍ରଧାନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ କରିଥିଲେ।
ରିପୋର୍ଟ :ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here