ଦିଗପହଣ୍ଡି:କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ମେଳା କର୍ଯ୍ୟକ୍ରମ ଅନୁଷ୍ଠିତ

0
224

ଦିଗପହଣ୍ଡି,୧୪/୯- ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶିଶିର କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିପରି ସମ୍ମାନୀୟ ଅତିଥିଭାବେ ସନ୍ତୋଷ ସାହୁ , ଗୈାତମ ଦୋରା , ରଞ୍ଜନ କୁମାର ମହାପାତ୍ର ଯୋଗେ ଦେଇଥିଲେ । ନଗର ସିଆରସିସି ଉପେନ୍ଦ୍ର କୁମାର ପଣ୍ଡା ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରାୟ ନଅଟି ବିଦ୍ୟାଳୟର ୪୦ ଗୋଟି ପ୍ରକଳ୍ପ ସହ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ବିଚାରକ ମଣ୍ଡଳୀ ଭାବେ ନିମାପଲ୍ଲୀ ପ୍ରଧାନ ଶିକ୍ଷୟିତ୍ରୀ ଅମିତା ରଥ , ଉମାଚରଣ ସାହୁ , କବିତା ବେହେରା ଉପସ୍ଥିତ ଥିଲେ । ଏଥିସହ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଗକୁ ଥିବା ବ୍ଳକସ୍ତରୀୟ ଶିକ୍ଷଣ ମେଳାରେ ଭାଗ ନେଇପାରିବେ । କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଏସ୍. ଟିକରପଡା ନୋଡାଲ ହାଇସ୍କୁଲ , ଅନଙ୍ଗପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଏହି ଶିକ୍ଷଣ ସାମଗ୍ରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମେଳା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ବିଶ୍ରବା ପାଇକ , ରସାନନ୍ଦ ଘଡେ଼ଇ , ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର , ସନ୍ଧ୍ୟାରାଣୀ ମହାପାତ୍ର , ପ୍ରଧାନ ଶିକ୍ଷକ ତ୍ରିଲୋଚନ ନାୟକ , ସିଆରସିସି ସୌମ୍ଯପ୍ରଭା ପଟ୍ଟନାୟକ , ନରସିଂହ ପ୍ରସାଦ ତ୍ରିପାଠୀ , ବାସୁଦେବ ବେହେରା , ଶିକ୍ଷକ ଏଲ୍ . କୃଷ୍ଣମୂର୍ତ୍ତି ଦୋରା ,ସନାତନ ପଟ୍ଟନାୟକ, ସରପଞ୍ଚ ମୀନତି କୁମାରୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here