ବ୍ରହ୍ମପୁର,୦୧/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଆଜି “ବ୍ରହ୍ମପୁର ସବୁଜ ବାହିନୀ” ଓ ବ୍ରହ୍ମପୁର ରକ୍ତ ଭଣ୍ଡାର ଅନୁକୂଲ୍ୟରେ ୩୬ତମ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରକ୍ତ ଭଣ୍ଡାରରେ ରକ୍ତ ର ଘୋର ଅଭାବ ପରିଲକ୍ଷିତ ହୋଇଛି । ସେ ଅଭାବକୁ ଦୁରକରିବା ଲକ୍ଷ୍ୟରେ ଆଜି ର ଶିବିରରେ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ବର୍ଷ ତମାମ ସବୁଜ ବାହିନୀ ତରଫରୁ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ କାର୍ଯ୍ୟକ୍ରମ ଚାଲୁଛି l ସମୁଦାୟ ୩୬ ଗୋଟି ଶିବିର ରେ ୮୦୦ ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ ହୋଇଛି । । ଏହି କାର୍ଯ୍ୟକ୍ରମ ରେ ରକ୍ତ ଭଣ୍ଡାରର ଡାକ୍ତର ରସ୍ମିତା ପାଣିଗ୍ରାହୀ ଏବଂ
ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ ,ସତ୍ୟ ନାରାୟଣ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ତତ୍ ସଙ୍ଗେ ସଙ୍ଗେ ନୀଳକଣ୍ଠେଶ୍ଵର ସ୍ୱର୍ଗଧାମ୍ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା ଓ ନୂତନ କର୍ମକର୍ତ୍ତା ମାନଙ୍କ ଶପଥ ପାଠ କାର୍ଯ୍ୟକ୍ରମ ପଞ୍ଚୁ ଦେବାଳୟ ମଠ ପରିସର ରେ ଅନୁଷ୍ଠିତ କରାଗଲା । ସଭାପତି – ଶିବରାମ ପାଣିଗ୍ରାହୀ, ସମ୍ପାଦକ- ପ୍ରସନ୍ନ କୁମାର ସ୍ବାଇଁ, କୋଷାଧ୍ୟକ୍ଷ- ପ୍ରଣୟ କୁମାର ସାହୁ ,ଉପ ସଭପତି – ଦୀପକ କୁମାର ପାତ୍ର, ସହ ସମ୍ପାଦକ – ଏ. ପ୍ରକାଶ , କେ ଦିଲିପ୍ ଆଚାରୀ,କେ.କବିତା , ଅରବିନ୍ଦ ଦେଶିବେହେରା ,ଏମ୍. ଦିଲିପ୍ କୁମାର, ପି. ବିନୋଦ ,ସତ୍ୟ ନାରାୟଣ ଦାଶ , ଆଶ୍ରିତ ସ୍ରପ , ସୁଜିତ ଗୌଡ ,ବିଜେନ୍ଦ୍ର ମାଝି ଏବଂ ଅନ୍ୟାନ୍ୟ କର୍ମ କର୍ତ୍ତା ମାନେ ଏହି କାର୍ଯ୍ୟ ରେ ଯୋଗ ଦେଇଥିଲେ ।






