ଉତ୍କଳ ସମ୍ମିଳନୀ ତରଫରୁ ଶଶିଭୂଷଣ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ପ୍ରତିମୂର୍ତ୍ତି ସ୍ଥଳଜବରଦଖଲ ମୁକ୍ତ କରାଯିବା ପାଇଁ ଦାବି।

0
209

ବ୍ରହ୍ମପୁର, ୦୧/୦୧/୨୦୨୧(ବ୍ୟୁରୋ ରିପୋର୍ଟ)ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଟାଓ୍ବାର ପରିସରରେ ଅବସ୍ଥିତ ଉତ୍କଳ ଜନନୀଙ୍କ ବରେଣ୍ୟ ବରପୁତ୍ର ଦୈନିକ ଖବରକାଗଜ “ଆଶା”ର ପ୍ରତିଷ୍ଠାତା ସମ୍ପାଦକ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନରବ୍ୟାଘ୍ର ରୁପେ ପରିଚିତ ଶଶିଭୂଷଣ ରଥଙ୍କ ୧୩୭ତମ ଜୟନ୍ତୀଅବସରରେ ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତି ରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ତରଫରୁ ପୁଷ୍ପମାଲ୍ୟ ଅର୍ପଣକରାଯାଇଥିଲା। ବରେଣ୍ଯ ବରପୁତ୍ର ଶଶିଭୂଷଣ ରଥଙ୍କ ପ୍ରତିମୂର୍ତ୍ତି ସ୍ଥଳ ଅତ୍ୟନ୍ତ ଆବର୍ଜନା ପୂର୍ଣ୍ଣ ବିଶେଷ କରି ପୋଲିସ ପ୍ରଶାସନ ଦ୍ବାରା ଜବତ କରାଯାଇ ଥିବା ବାଇକ୍,ସ୍କୁଟର ସ୍କୁଟି ପ୍ରଭୃତି ଅଦରକାରୀ ଭାବରେ ପଡିରହିଛି।ଏହି ଜବରଦଖଲ ଏକ ଅପମାନଜନକ ପରିସ୍ଥିତି ସୃଷ୍ଟି କରୁଛି ବୋଲି ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତି କ୍ଷୋଭ ପ୍ରକାଶ କରିଥିଲେ।ସ୍ଥାନୀୟ ମହାନଗର ନିଗମର ଦୃଷ୍ଟି ଆକର୍ଷଣ କରାଗଲା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଗଞ୍ଜାମ ଜିଲ୍ଲାପାଳ ପ୍ରତ୍ୟକ୍ଷ ଦୃଷ୍ଟି ଦେଇ ଏହି ଜବର ଦଖଲ ଯଥାଶୀଘ୍ର ଉଛେଦ କରନ୍ତୁ ବୋଲି ଦୃଢ଼ ଦାବିମଧ୍ୟ କରିଛନ୍ତି।ସମ୍ମିଳନୀର ସଭାପତି ଡ.ସୁବ୍ରତ କୁମାର ସାହୁ,ଉପସଭାପତି ଡାକ୍ତର ନକୁଳ ସାହୁ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ ଙ୍କ ସମେତ ରାଜକିଶୋର ସ୍ବାଇଁ, ପାର୍ବତୀ ପ୍ରସାଦ ପାଢ଼ୀ,ତ୍ରିନାଥ ମହାରଣା, ରବିନ୍ଦ୍ର କୁମାର ନାୟକ,ପ୍ରଭାତ କୁମାରମିଶ୍ର,ମୋହନ ଚରଣ ସ୍ବାଇଁ, ଲିଙ୍ଗରାଜ ମହାପାତ୍ର, ହିମାଂଶୁ କୁମାର ମହାପାତ୍ର ନୀଳାମ୍ବର ସାହୁ ପ୍ରମୁଖଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here