ହିନ୍ଦୁ ରାଷ୍ଟ୍ର ଶକ୍ତି ଗଞ୍ଜାମ ଜିଲ୍ଲା ଦ୍ୱାରା ଗୋପୂଜନ ଓ ମକର ସଂକ୍ରାନ୍ତି ପାଳନ l

0
150

ବ୍ରହ୍ମପୁର,୧୪/୦୧/୨୦୨୧: ସ୍ଥାନୀୟ ଗାନ୍ଧୀନଗର ଦଶମ ଗଳି ଠାରେ ଥିବା ଏକ ଗୋଶାଳା ଠାରେ ହିନ୍ଦୁ ରାଷ୍ଟ୍ର ଶକ୍ତି, ଗଞ୍ଜାମ ଜିଲ୍ଲାର ସଭ୍ୟ ଓ ସଭ୍ୟାମାନେ ମକର ସଂକ୍ରାନ୍ତି ଅବସରରେ ଗୋସେବା କରିଥିଲେ l ରାଷ୍ଟ୍ରୀୟ ଗୋସୁରକ୍ଷା ଓ ଦେବାଳୟ ପ୍ରମୁଖ ବିଶ୍ୱଦେବଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବହୁ ଲୋକ ଯୋଗଦାନ କରିଥିଲେ l ସର୍ବପ୍ରଥମେ ଗୋ-ଗାୟତ୍ରୀ ମନ୍ତ୍ରପାଠ ହୋଇଥିଲା ଏବଂ ତତପଶ୍ଚାତ ଗୋପୂଜନ ଏବଂ ସମସ୍ତ ଗୋମାତାଙ୍କୁ ପ୍ରସାଦ ଖୁଆଇ ଆଶୀର୍ବାଦ ନେଇଥିଲେ l ହିନ୍ଦୁ ରାଷ୍ଟ୍ର ଶକ୍ତିର ରାଜ୍ୟ ଯୁବ ଅଧ୍ୟକ୍ଷ ଗଜେନ୍ଦ୍ର ଚୌଧୁରୀ, ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ ନରେଶ କୁମାର ବେହେରା, ଉପଧାକ୍ଷ ବିନୋଦ ବିହାରୀ ସିଂଙ୍କ ସମେତ ବହୁ ଜ୍ଞାନୀଗୁଣି ବ୍ୟକ୍ତିମାନେ ଯୋଗ ଦେଇଥିଲେ l ଆରଏସଏସର ପ୍ରମୋଦ ସାହୁ, ବିଜେପି ନେତା ମଧୁସୂଦନ ସାହୁ, ରାଜେନ୍ଦ୍ର କୁମାର, ଜୀବନ ପାତ୍ର, ରବି ସାହୁ, ରୁବି ସାହୁ, ବୃନ୍ଦାବନ ବେହେରା, ରାଜୀବ ଭାଇ, ପ୍ରଫୁଲ୍ଲ ସାହୁ, ତ୍ରିପତି ହୋତା, ଶଙ୍କର ଗୌଡ଼, ରଂଜିତ ପଣ୍ଡା, ଲଳିତ ପାଢ଼ୀ, ସୁବ୍ରତ ରଥ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ l
ବିଶ୍ୱଦେବ ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାରେ ହେଉଥିବା ଗୋ ଚାଲାଣ, ଗୋ ହତ୍ୟା ଏବଂ ଗୋ ସୁରକ୍ଷା ଉପରେ ଆଲୋକପାତ କରିଥିଲେ l

LEAVE A REPLY

Please enter your comment!
Please enter your name here