ମୃତକ ପରିବାରକୁ ବିଧାୟକଙ୍କ ଆର୍ଥିକ ସହାୟତା

0
237

ପୋଲସରା, ୧୯/୦୬/୨୦୨୧ : ପୋଲସରା ଏନ୍.ଏ.ସି. ର ୧୨ ନଂ ୱାର୍ଡ ମାଳିସାହିର ରାମଚନ୍ଦ୍ର ସାହୁ ପୋଲସରା ସହରରେ ଶ୍ରମିକ ଭାବେ କାର୍ଯ୍ୟକରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଦୁର୍ଘଟଣା ଜନିତ କାରଣରୁ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଜୁନ ୧୩ ତାରିଖରେ ରାମଚନ୍ଦ୍ର ସାହୁଙ୍କ ବିୟୋଗ ହୋଇଥିଲା । ପରିବାର ଏକ ମାତ୍ର ରୋଜଗାରିଆ ତଥା ଘରର ମୁରବିଙ୍କୁ ହରାଇ ପୁରା ପରିବାର ଏବେ ବଞ୍ଚିବାର ରାହା ଖୋଜୁଛନ୍ତି। ଏଭଳି ପରିସ୍ଥିତିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଶନିବାର ମୃତକଙ୍କ ପରିବାରକୁ ଭେଟି ରାମଚନ୍ଦ୍ରଙ୍କ ବିୟୋଗରେ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶ୍ରମିକ ସଂଘ ପକ୍ଷରୁ ମଧ୍ୟ ସ୍ୱର୍ବତ ରାମଚନ୍ଦ୍ରଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ରାମଚନ୍ଦ୍ର ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିବା ବେଳେ ଦୁଇ ଝିଅଙ୍କ ପାଠ ପଢ଼ିବା ଖର୍ଚ୍ଚ ଯୋଗାଉଥିବା ବେଳେ ବର୍ତ୍ତମାନ ଦୁଇଝିଅ କିପରି ପାଠ ପଢିବେ ସ୍ବର୍ଗତ ରାମଚନ୍ଦ୍ରଙ୍କ ଧର୍ମପତ୍ନୀ ଚିନ୍ତିତ। ଏଭଳି ସମସ୍ୟା ମଧ୍ୟରେ ଉକ୍ତ ପରିବାର କିପରି ବଞ୍ଚିବେ ସେଥିପ୍ରତି ସ୍ଥାନୀୟ ବିଧାୟକ ଓ ପ୍ରଶାସନ ଦୃଷ୍ଟି ଦେବାକୁ ସାହିବାସୀନ୍ଦା ବିଧାୟକ ଶ୍ରୀ ସାହୁ ଙ୍କୁ ଅନୁରୋଧ କରିଥିଲେ। ବିଧାୟକ ଙ୍କ ସହ ପୋଲସରା ନଗର ସଭାପତି ରଞ୍ଜିତ କୁମାର ସାହୁ, ସଂପାଦକ ବାବୁଲି ପଟ୍ଟନାୟକ, ଶ୍ରମିକ ସଂଗଠନ ସଭାପତି ସ୍ବପ୍ନେଶ୍ବର ପାତ୍ର, ବଜେନ୍ଦ୍ର ସାହୁ, ସଙ୍ଗମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here