ଲୁଗାରେ ନିଆଁ ଲାଗି ବିବାହିତ ମହିଳା ଗୁରୁତର ।

0
124

ବୁଗୁଡା, ୨୦/୦୬/୨୦୨୧: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ସୋଲଣ୍ଡି ଗ୍ରାମରେ ଜୁନ ୧୯ ତାରିଖ ସନ୍ଧ୍ୟାରେ ଜଣେ ବିବାହିତ ମହିଳାଙ୍କ ପିନ୍ଧିଥିବା ଲୁଗାରେ କିରୋସିନି ଢଳି ନିଆଁ ଲାଗିଯିବା ଯୋଗୁଁ ପ୍ରାୟ ୮୦ ପ୍ରତିଶତ ଅଙ୍ଗ ପୋଡିଯାଇଥିବା ଜଣାପଡିଛି। ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ଗ୍ରାମର ଲକ୍ଷ୍ମି ନାୟକ ପ୍ରାୟ ୧୩ ବର୍ଷ ପୂର୍ବେ ବୁଗୁଡା ଥାନା, ସୋଲଣ୍ତି ଗ୍ରାମର ସନ୍ଯାସି ନାୟକ ଙ୍କୁ ବିବାହ କରିଥିଲେ।ସେମାନଙ୍କ ଦୁଇ ପୁଅ ଓ ଏକ ଝିଅ ଅଛନ୍ତି। ସ୍ୱାମୀ ମିସ୍ତ୍ରୀ କାମ କରୁଥିବା ବେଳେ ସ୍ତ୍ରୀ ଦିନ ମଜୁରିଆ କାମ କରନ୍ତି। ସନ୍ଧ୍ୟାରେ ଦୁହେଁ କାମରୁ ଫେରି ଗରକୁ ଆସି ଗୃପ ଋଣ ଟଙ୍କା ପରିଶୋଧ ନେଇ ନିଜ ପରିବାର ଭିତରେ ବଚସା ସୃଷ୍ଟି ହୋଇଥିଲା । ଘରେ ରୋଷେଇ ପାଇଁ ଗ୍ୟାସ ସରିଯାଇଥିବା ବେଳେ ଲକ୍ଷ୍ମୀ ନାୟକ କାଠ ଚୁଲା ସାହାଯ୍ୟରେ ରୋଷେଇ କରିବା ପାଇଁ ଯାଇଥିଲେ । ଲକ୍ଷ୍ମି ନାୟକ ବିରକ୍ତ ପ୍ରକାଶ କରି ରୋଷେଇ ଘରକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ତାଙ୍କ ଶରୀରରେ କିରାସିନି ଢାଳି ହୋଇ ପିନ୍ଧିଥିବା ଲୁଗାରେ ନିଆଁ ଲାଗି ପ୍ରାୟ ଅଶୀଏ ଭାଗ ପୋଡି ଯାଇଥିଲା। ଖବର ପାଇ ବୁଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଘରେ ଲାଗିଥିବା ନିଆଁ କୁ ଆୟତ କରିବା ସହ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲକ୍ଷ୍ମି ନାୟକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେ । ଲକ୍ଷ୍ମୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ଯୋଗୁଁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସାଥିରେ ତାଙ୍କ ସ୍ୱାମୀ ଯାଇଥିବା ଜଣାପଡ଼ିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here