ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣରେ ଖଂମ୍ଭାରୀଗାଁ ପଞ୍ଚାୟତର ୧୩୧ ସାମିଲ ।

0
135

ପାତ୍ରପୁର, ୧୯/୦୬/୨୦୨୧: ରାଜ୍ୟସ୍ତରରେ କୋଭିଡ଼ ଟୀକାକରଣ ନେଇ ପ୍ରଶାସନିକ ସ୍ତରରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକ୍ରମ ଚାଲିଥିବା ଅବସରରେ ପାତ୍ରପୁର ବ୍ଳକ ଅନ୍ତର୍ଗତ ଖଂମ୍ଭାରୀଗାଁ ଗ୍ରାମ ପଞ୍ଚାୟତରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଅଛି ।ସ୍ଥିରୀକୃତ କାର୍ଯ୍ୟକ୍ରମ ପ୍ରକାରେ ପଞ୍ଚୟତବାସୀ ଗତ ଶନିବାର ଦିନ ଧାର୍ଯ୍ୟ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟିକାକରଣରେ ଭାଗ ନେଇଥିବା ଜଣାପଡିଛି। ଏହି ଟୀକାକରଣ କାର୍ଯ୍ୟକ୍ରମ ଖଂମ୍ଭାରୀଗାଁ ଗ୍ରାମ ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଆୟୋଜିତ ହୋଇଥିଲା । ଲାଲ୍ କମାଁଗା ଅଙ୍ଗନବାଡ଼ି କେନ୍ଦ୍ରରେ ଓ ଖଣ୍ଡ ଦେଉଳି କଲ୍ୟାଣ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାତ୍ରପୁର ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡି. ଇ .ଓ ବ୍ରହ୍ମାନନ୍ଦ ବେହେରା ଓ ଭେକ୍ସିନେଟର କବିତା ପ୍ରଧାନଙ୍କ ଦ୍ଵାରା ପ୍ରାୟ ୧୩୧ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଖଂମ୍ଭାରୀଗାଁ ଗ୍ରାମ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଏନ୍.ସାନ୍ତାମ୍ମା , ସମିତି ସଭ୍ୟ ଓ ବ୍ଲକ ଉପାଧ୍ୟକ୍ଷ କେ.ଦାସରଥି ରେଡ୍ଡୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜି.ଦୁଦିଷ୍ଠି ରେଡ୍ଡୀ, ନାଏବ ସରପଞ୍ଚ ଏମ୍. ଜୟ ଲକ୍ଷ୍ମୀ, ଗ୍ରାମ ରୋଜଗାର ସେବକ. ଅଶୋକ ବେହେରା,ମହିଳା ସ୍ବାସ୍ଥ୍ୟକର୍ମୀ ଝୁନୁମା ଦେବୀ , ବହୁମୁଖି ମହିଳା ସ୍ବାସ୍ଥ୍ୟ ପରିଦର୍ଶୀକା ନମୀତା ପାଢ଼ୀ , ଅଙ୍ଗନବାଡ଼ି କର୍ମୀ .କେ. ୱାରାଲକ୍ଷ୍ମି, ପଦ୍ମାବତୀ ମହାନ୍ତି, ଭୈରବୀ ମହାନ୍ତି, ରିତା କୁମାରୀ ରାଉଳ, ବିଦ୍ୟୁତ୍ ପ୍ରଭା। ଆଶା କର୍ମୀ , କେ.ସରସ୍ୱତୀ ,ଡି.ନିଲା, ସୁଜାତା କୁମାରୀ ସାହୁ । ଅଙ୍ଗନବାଡ଼ି ହେଲପ୍ପର .ବି.ପାର୍ବତୀ,ପି.ଗୌରି,ପି.ମିନାମ୍ମା, ମହିମା ପାତ୍ର, ସାବିତ୍ରୀ ବାଡିତ୍ୟା।ନତୀପତ୍ର ଲିଖିକା ମମତା ପାଢୀ ଗୋଷ୍ଠୀ ସହାୟକା ଉପାଡା ଦ୍ରୌପତୀ,କନକ ମହାନ୍ତି।ସମାଜ ସେବୀ ଡି.ପୁରଷୋତ୍ତମ ରେଡ୍ଡୀ,ଏମ୍.ଅନନ୍ତ ରେଡ୍ଡୀ,ବି.ରାମୁ ରେଡ୍ଡୀ ଓ ପ୍ରଧାନ ଶିକ୍ଷକ ପ୍ରମୁଖ ଟିକାଦାନ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ସହଯୋଗ କରିଥିଲେ।

ରିପୋର୍ଟ:ଏ. ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here