ନଦୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

0
160

ବ୍ରହ୍ମପୁର,୨୮/୦୭/୨୦୨୧( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧିନ ଜାହାଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଋଷୁକୂଲ୍ୟା ନଦୀ କୁ ଗାଧେଇବାକୁ ଯାଇଥିବା ବେଳେ ଗୋଡ଼ ଖସି ନଦୀରେ ବୁଡି ଯାଇ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ଜାହାଡା ଗ୍ରାମର କେଶବ ରଥ l କେଶବ ଆଜି ଗାଧେଇବା ପାଇଁ ଗାଁ ନିକଟ ଋଷୁକୂଲ୍ୟା ନଦୀ କୁ ଯାଇଥିଲେ । ସେଠାରେ ତାଙ୍କର ପାଦ ଖସି ଯାଇ ସେ ନଦୀ ଭିତରେ ପଡିଯାଇଥିଲେ । ସ୍ଥାନୀୟ ଲୋକ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ l ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧ ଙ୍କୁ ବହୁ ଖୋଜାଖୋଜି ପରେ ବୃଦ୍ଧ ଙ୍କୁ ଉଧାର କରି ଚିକିତ୍ସା ନିମନ୍ତେ ଧରାକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘାଷଣା କରିଥିଲେ । ଖବର ପାଇ ଧରାକୋଟ ପୋଲିସ ପହଂଚି ଶବ କୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି l

LEAVE A REPLY

Please enter your comment!
Please enter your name here