କବି ନିର୍ମାଲ୍ୟ ପ୍ରଫୁଲ୍ଲ ପଟ୍ଟନାୟକ ଜଣେ ସାହିତ୍ୟ ମନସ୍କ ବ୍ୟକ୍ତିତ୍ଵ ଥିଲେ : କଳା କେନ୍ଦ୍ର

0
167

ବ୍ରହ୍ମପୁର,୧୯/୦୯/୨୦୨୧: ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ସଂଗଠନ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ଉପ ସଭାପତି ତଥା ସାହିତ୍ୟ ସନ୍ଧ୍ୟାର ସଭାପତି କବିନିର୍ମାଲ୍ୟ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ବିୟୋଗରେ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ କଳା କେନ୍ଦ୍ର ସଭାପତି ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସ୍ଵରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ବାଗତ ଭାଷଣ କ୍ରମରେ ସ୍ବର୍ଗତ ପଟ୍ଟନାୟକଙ୍କ ଆଦର୍ଶ ବ୍ୟକ୍ତିତ୍ଵ ଓ ସାରସ୍ଵତ କୃତି ଉପରେ ସମ୍ୟକ୍ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର୍ କୃଷ୍ଣ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତା ଡାକ୍ତର ଲକ୍ଷ୍ମୀ ନାରାୟଣ ଦାଶ ଓ ସମ୍ମାନିତ ଅତିଥି ବରିଷ୍ଠ ଶିକ୍ଷାବିତ୍ ହାଡିବନ୍ଧୁ ମାଳି ପ୍ରମୁଖ ଯୋଗଦେଇ ସେ ଜଣେ ଆଦର୍ଷପାଣା ପରୋପକାରୀ ତଥା ସାହିତ୍ୟ ମନସ୍କ ବ୍ୟକ୍ତିତ୍ଵ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, କବି ସୁବାସ ଚନ୍ଦ୍ର ସାହୁ ରୋଶନ୍, ସୁଦାମ ପାଣିଗ୍ରାହୀ, ଇଁ. ଲକ୍ଷ୍ମୀ ନାରାୟଣ ତ୍ରୀପାଠୀ, ବି. ସତ୍ୟମ୍ ଆଚାରି, ନିହରିକା ସାହୁ, ସୁଧାଞଳି ମିଶ୍ର, ସୁଚେତା ପାଣିଗ୍ରାହୀ ପ୍ରମୁଖ ବହୁ ସାରସ୍ଵତ ସ୍ରଷ୍ଟା ତଥା ଶ୍ରଦ୍ଧାଳୁ ଉପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ନିଜ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ ପରିଶେଷରେ କିରଣ କୁମାର ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here