ମର୍ଦ୍ଧକୋଟ ବିଦ୍ୟାଳୟରେ ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଫାଟକ ତାଲା ପକାଇ ଆନ୍ଦୋଳନ କଲେ ଅଭିଭାବକ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନକାରୀ ଅଭିଭାବକ ମୁଖ୍ୟ ଫାଟକ ପାଖରୁ ହଟିଥିଲେ । ପରିଚାଳନା କମିଟି ଗଠନ ପାଇଁ ଦାବୀ

0
831

ବ୍ରହ୍ମପୁର,୨୯/୧୧/୨୦୨୧: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଧକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅଭିଭାବକ ମାନଙ୍କ ଦ୍ୱାରା ଏକ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ସହ ବିଦ୍ୟାଳୟ ପରିଚାଳନା କମିଟି ପୁନଃ ଗଠନ ପାଇଁ ଦାବୀ କରିଥିଲେ ଅଭିଭାବକ । ଦୀର୍ଘ ୨ ଘଣ୍ଟା ବିଦ୍ୟାଳୟ ଫାଟକ ବନ୍ଦ କରି ତାଲା ପକାଇ ବିଦ୍ୟାଳୟ ଭିତରକୁ କୌଣସି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଛାଡି ନଥିଲେ ଆନ୍ଦୋଳନକାରୀ । ପରେ ଘଟଣା ସ୍ଥଳରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି,ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦିହୁରୀ, ବେଗୁନିଆପଡା ବି ଇ ଓ କମଳାକାନ୍ତ ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିବା ପରେ ଲୋକମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ । ପ୍ରକାଶ ଥାଉକି, ଗତ ଶୁକ୍ରବାର ଦିନ ବିଦ୍ୟାଳୟରୁ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଗଲା ପରେ, ଜୈନିକ ଶିକ୍ଷକ ଜଣେ ଶିକ୍ଷୟତ୍ରୀଙ୍କ ସହିତ ବିଦ୍ୟାଳୟ ଭିତରେ ଅସଂଯତ ଅବସ୍ଥାରେ ଦେଖିଥିବା ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ଘଟଣା ପ୍ରଘଟ ନ କରିବା ପାଇଁ ଅଭିଯୁକ୍ତ ଶିକ୍ଷକ ମାରପିଟ ସହ ଧମକ ଦେଇଥିବା ଥାନାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଏପଟେ ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ଓ ପୁନଃ ପରିଚାଳନା କମିଟି ଗଠନ ପାଇଁ ଦାବୀରେ ଗ୍ରାମବାସୀ ଓ ଅଭିବାହକ ମହଲ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ଦେଖାଯାଉ ଆଗକୁ ଘଟଣା କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here