ଦିବ୍ଯ ଜୀବନ ସଂଘ ମହିଳା ଶାଖାର ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
277

ବ୍ରହ୍ମପୁର,୦୭/୦୧/୨୦୨୨: ଦିବ୍ଯ ଜୀବନ ସଂଘ ମହିଳା ଶାଖା ତରଫରୁ ଆଶ୍ରମ ପରିସରରେ ସାତଦିନ ବ୍ଯାପି ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଓଡିଶାର ଦିବ୍ଯ ଜୀବନ ସଂଘର ସୁନାମଧନ୍ଯା ପ୍ରବଚିକା କମଳକୁମାରୀ ପାଣିଗ୍ରାହୀ ଯୋଗଦାନ କରି ସ୍ବାମୀ ଶିବାନନ୍ଦ ସରସ୍ଵତୀ ମହାରାଜ ଓ ସ୍ବାମୀ ଚିଦାନନ୍ଦ ସରସ୍ଵତୀ ମହାରାଜଙ୍କ କଥାମୃତ, ମାନବ ସମାଜକୁ ଶିକ୍ଷା, ଦିବ୍ଯ ଜୀବନର ଆଦର୍ଶ ସମ୍ବନ୍ଧରେ ସୁଲଳିତ ପ୍ରବଚନ ପ୍ରଦାନ କରିଥିଲେ। ମାନବ ଜନ୍ମର ପରମଲକ୍ଷ୍ଯ ପ୍ରାପ୍ତି ପାଇଁ ଦିବ୍ଯ ଜୀବନ ଯାପନ କରିବା ସହିତ ଗୁରୁଦତ୍ତ ମାର୍ଗ ଅବଲମ୍ବନ କରିବାକୁ ମାତାଜୀ ମହୋଦୟା ତାଙ୍କ ଆଶୀର୍ବଚନରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦିବ୍ଯ ଜୀବନ ସଂଘର ଦକ୍ଷିଣାଞ୍ଚଳ ସମନ୍ବୟ ସମିତିର କୋଷାଧ୍ୟକ୍ଷ ଶାନ୍ତି ଭୂଷଣ ପଣ୍ଡା, ଅରୁଣ କୁମାର ଦାସ,ମାମି ବେହେରା, ସଂଧ୍ଯାରାଣୀ ପାଣିଗ୍ରାହୀ, ମମତା ମହାପାତ୍ର, ଶକୁନ୍ତଳା, ସୁରେଶ ଚନ୍ଦ୍ର ବରାଡ, ଅଲେଖ ବେହେରା, ଶାରଦା ଦାଶ,ଇନ୍ଦ୍ରଜିତ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here