ପୁରୁଷୋତ୍ତମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ନିଯୁକ୍ତି ମେଳା ଅନୁଷ୍ଠିତ

0
287

ଛତ୍ରପୁର, ୦୭/୦୧/୨୦୨୨:
ପୁରୁଷୋତ୍ତମପୁର ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ କର୍ମ ସଂସ୍ଥାନ ନିୟୋଜନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ , ଗଞ୍ଜାମର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୧୬ ଗୋଟି ନିଯୁକ୍ତି ଦାତା ଏବଂ ୫ ଗୋଟି ତାଲିମ ପ୍ରଦାନ ସଂସ୍ଥା ଅଂଶ ଗ୍ରହଣ କରିଥିଲେ।
ଉତ୍କ କାର୍ଯ୍ୟକ୍ରମକୁ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତତ୍ରାୟ ଭାଉ ସାହେବ, ଉଦଘାଟନ କରି ଆଶାୟୀ ପାର୍ଥିଗଣଙ୍କୁ ଉସ୍ଛାହିତ କରିଥିଲେ । ଏହି ମେଳା ରେ ଜିଲ୍ଲାର ୭୨୧ ଜଣ ଆଶାୟୀ ଯୁବକ -ଯୁବତୀ ପଞ୍ଜିକୃତ ହୋଇଥିବା ସ୍ଥଳେ , ସେମାନଙ୍କ ମଧ୍ୟରୁ ୫୬୩ ନିଯୁକ୍ତି ସକାଶେ ଚୟନ ହୋଇଥିଲେ ଏବଂ ୧୦୨ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ନିମନ୍ତେ ମନୋନୀତ ହୋଇଥିଲେ।
ଜିଲ୍ଲାର ନିଯୁକ୍ତି ଆଶାୟୀ ଯୁବବର୍ଗ ଙ୍କୁ ରୋଜଗାର କ୍ଷମ କରିବା ଉଦେଶ୍ୟରେ ଆୟୋଜିତ ଏହି ମେଳାରେ ଅଷ୍ଟମ ,ଦଶମରୁ ଉର୍ଦ୍ଧ ଓ ବୈଷୟିକ ଶିକ୍ଷା ପ୍ରାପ୍ତ ଯୁବ ପିଢ଼ି ଯୋଗ ଦେଇ ନିଯୁକ୍ତି ର ସୁଯୋଗ ହାସଲ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଶିଳ୍ପ ତାଲିମ ଅନୁଷ୍ଠାନ,ପୁରୁଷୋତ୍ତମପୁର ଅଧ୍ୟକ୍ଷ ଲୋକେଶ ପଟ୍ଟନାୟକ ସୁଚାରୁ ରୂପେ ପରିଚାଳନା କରିଥିଲେ ଏବଂ ଆଞ୍ଚଳିକ ନିୟୋଜନ ନିର୍ଦେଶକ ରାବଣ ମୂର୍ତ୍ତି ଖିଲାନା ସଂଯୋଜନା କରିଥିଲେ। ଜିଲ୍ଳା ନିୟୋଜନ କାର୍ଯ୍ୟାଳୟ ,ବ୍ରହ୍ମପୁର ଅନ୍ତର୍ଭୁକ୍ତ MCC ର କର୍ମକର୍ତ୍ତା ତଥା ଶିଳ୍ପ ତାଲିମ ପ୍ରତିଷ୍ଠାନ ପୁରୁଷୋତ୍ତମପୁର ର ପ୍ରଶିକ୍ଷଣ ଅଧିକାରୀ ଗଣ ଏହି ମେଳା ରେ ସହଯୋଗ କରି ସୁପରିଚାଳନା ରେ ସାହାଯ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here