ସୌରଶକ୍ତି ରୁ ବିଦ୍ୟୁତ୍ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରି ଉଦାହରଣ ସାଜିଲେ ଡାକ୍ତର ଜେ . ଆପ୍ପାରାଓ

0
628

ବ୍ରହ୍ମପୁର,୨୪/୦୧/୨୦୨୨:
ବ୍ରହ୍ମପୁର ମହାନଗର ଓ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ସୌରଶକ୍ତିକୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ସୋଲାର୍ ପ୍ଲାଣ୍ଟ ସ୍ଥାପନ କରାଯାଉଥିବା ବେଳେ ବର୍ତ୍ତମାନ ଗାନ୍ଧୀନଗର ୫ମ ଲାଇନ ନିବାସୀ ବରିଷ୍ଠ ଡାକ୍ତର ଜେ . ଆପ୍ପାରାଓ ଏପରି ପ୍ଲାଣ୍ଟ୍ କରିଛନ୍ତି । ଏଥିପାଇଁ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ଆବଶ୍ୟକ ପଡୁଥିବା କୁହାଯାଇଛି । ଘର ଛାତ ଉପରେ ଏପରି ପ୍ଳାଣ୍ଟ ନିର୍ମାଣ କରାଯାଉଛି । ବର୍ତ୍ତମାନ ବିଦ୍ୟୁତ୍‌ ବିଲ୍‌କୁ ଦୃଷ୍ଟିରେ ରଖି ଏପରି ପ୍ଲାଣ୍ଟ୍ ମାଧ୍ୟମରେ ବିଲ୍‌ ଟଙ୍କା ହ୍ରାସ କରାଯାଇପାରୁଛି ବୋଲି ଡ଼ାକ୍ତର ରାଓ କହିଛନ୍ତି । ସୂର୍ଯ୍ୟକିରଣ ମାଧ୍ୟମରେ ଏପରି ବିଦ୍ୟୁତ୍ ଶକ୍ତି ସଂରକ୍ଷଣ କରାଯାଇପାରୁଛି । ଯଦି ଟିପିଏସ୍ଓଡ଼ିଏଲ୍ ନେଇଥିବା ୟୁନିଟ୍ ଠାରୁ ମାଲିକ ଟିପିଏସ୍ଓଡ଼ିଏଲ୍‌ ରୁ ଆଣିଥିବା ବିଦ୍ୟୁତ୍‌ ୟୁନିଟ୍‌ର ପରିମାଣ ଅଧିକ ହୁଏ ସେଥି ପାଇଁ ରିଡିଂ ଅନୁସାରେ ବିଲ୍‌ ପୈଠ ମାଲିକ ମାନଙ୍କୁ କରିବାକୁ ପଡିବ । ବ୍ରହ୍ମପୁରରେ ଏପରି ପ୍ଲାଣ୍ଟ୍ ପ୍ରଥମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପ୍ଳାଣ୍ଟର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ନାହିଁ ବୋଲି ସୂଚନା ଦିଆଯାଇଛି । । ପ୍ଳାଣ୍ଟର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ନାହିଁ ବୋଲି ସୂଚନା ଦିଆଯାଇଛି । ଯଦି କୌଣସି କ୍ଷତି ହୁଏ ,ତେବେ ବୀମା ପାଇଁ ଟାଟା କମ୍ପାନୀ ବହନ କରିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here