କାର ଓ ବାଇକ ମୁହାଁମୁହିଁ ଧକ୍କା, ବାଇକ ଚାଳକ ଗୁରୁତର

0
251

ବୁଗୁଡା, ୧୭/୦୫/୨୦୨୨:ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ଷୋହଳମଇଲ ଛକ ନିକଟରେ ଓଡ଼ି ୩୩ ଏଏଫ ୦୨୫୦ କାର୍ ଏବଂ ଓଡ଼ି ୩୨ ଜି ୩୪୦୦ ବାଇକ୍ ମଇ ୧୭ ତାରିଖ ଦିନ ସନ୍ଧ୍ୟାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସଡକ ଦୁର୍ଘଟଣାରେ ବାଇକ ଚାଳକ ବାଲିପଦର ଗ୍ରାମର ସୁନିଲ୍ ନାୟକଙ୍କ ବାମ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଘଟଣାରୁ ଜଣାପଡିଛି ଯେ ବାଲିପଦର ଗ୍ରାମର ସୁନୀଲ୍ ନାୟକ ନିଜ ଗ୍ରାମ ବାଲିପଦର ରୁ ବାହାରି ବୁଗୁଡା ଅଭିମୁଖେ ଆସୁଥିବା ସମୟରେ ବୁଗୁଡାରୁ ବିଲିପଦର ଅଭିମୁଖେ ଯାଉଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତ ସୁନିଲ୍ ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବୁଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସୁନିଲଙ୍କ ଅବସ୍ଥା ଗୁରୁତର ଥିବାରୁ ବୁଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୁର୍ଘଟଣା ସ୍ଥଳରେ ବୁଗୁଡା ପୋଲିସ୍ ପହଞ୍ଚି କାର୍ ଓ ବାଇକ୍ କୁ ଜବତ କରି ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here