ଭାରତୀୟ ଜନ ସଂଘ ଓ ବିଜେପି ର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ନନ୍ଦ କିଶୋର ସାହୁ ଙ୍କ ଦେହାନ୍ତ

0
224

ବ୍ରହ୍ମପୁର,୨୭/୦୬/୨୦୨୨:
ଭାରତୀୟ ଜନ ସଂଘ ଓ ବିଜେପି ର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ଏବଂ ୨୦୦୫-୨୦୦୯ ପର୍ଯ୍ୟନ୍ତ ଓପିଡିସିର ଅଧ୍ୟକ୍ଷ ଶ୍ରୀ ନନ୍ଦ କିଶୋର ସାହୁ ୭୮ ବର୍ଷ ବୟସରେ ଗାନ୍ଧୀ ନଗର ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କଲେ। ୨୦୨୦ ମସିହା ରେ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ କଥା ହୋଇଥିଲେ I ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ବରିଷ୍ଠ ବିଜେପି ନେତା ଶ୍ରୀ ପାର୍ଥ ଦଳାଇ, ଶ୍ରୀ ସତୀଶ ପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ କୁଞ୍ଜ ବିହାରୀ ପାଣିଗ୍ରାହୀ, ଶ୍ରୀ ଶିଶିର ପାଢୀ, କାହ୍ନୁ ଚରଣ ପତି, ସଂଘ ର କାର୍ଯ୍ୟକର୍ତ୍ତା ଶ୍ରୀ ନାରାୟଣ ପଣ୍ଡା, ଅଶୋକ ପାଳ,ରମାକାନ୍ତ ରଥ, ଗିରି ପାଢୀ, ବିଷ୍ଣୁ ସୁବୁଦ୍ଧି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ବିଜେପିର ଜିଲ୍ଲା ପଦାଧିକାରୀ ମନୋଜ ପଟ୍ଟନାୟକ,ପ୍ରଭାତ କିରଣ ଷଡଙ୍ଗୀ,ଗଙ୍ଗାଧର ଶତପଥୀ, ବିଷ୍ଣୁ ସୁବୁଦ୍ଧି,ଡଃ ଅମୂଲ୍ୟ ଚୌଧୁରୀ,ଏନ. ରାଜେନ୍ଦ୍ର, ରାମ ପାତ୍ର,ରାଜେଶ ସାହୁ ,ମହାନଗର ନିଗମ କର୍ପୋରେଟର ଶ୍ରୀ ନୀଳକଣ୍ଠ ସାହୁ, ଶ୍ରୀମତୀ ରଞ୍ଜିତା ବେହେରା,ସଂଘ ଓ ବିଜେପିର ଯୁବ କାର୍ଯ୍ୟକର୍ତ୍ତା ଶିବ ଶଙ୍କର ଶତପଥୀ, କିରଣ ସାହୁ, ଜଗଦୀଶ ଦଳାଇ,ତୁତୁନ୍ ପାତ୍ର, କମଳ ପାତ୍ର, ଗଜେନ୍ଦ୍ର ଚୌଧୁରୀ ପ୍ରଭୃତି ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଦେଇଥିଲେ I

LEAVE A REPLY

Please enter your comment!
Please enter your name here