ସମବାୟର ସୂତ୍ର ଧରିଛନ୍ତି ସମ୍ପାଦକ :ଆଦିବାସୀ ଇଲାକାରେ ନିନ୍ଦିତ ହେଉଛନ୍ତି ସରକାର । ସେବା ସମବାୟ ସମିତିକୁ ତାଲା ପକେଇଲେ ଚାଷୀ

0
445

ସାନଖେମୁଣ୍ଡି ,୨୭/୦୬/୨୦୨୨ : ରାଜ୍ୟ ସରକାର ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ଦେବା ସହ ଚାଷକାଯ୍ୟକୁ ଗୁରୁତ୍ୱ ଦେଇ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଥିଲେ ମଧ୍ୟ କିଛି ସମବାୟ କର୍ମଚାରୀଙ୍କ ଅବହେଳାରୁ ଚାଷୀମାନେ ସରକାରଙ୍କ ସୁବିଧାରୁ ବଞ୍ଚିତ ରହୁଛନ୍ତି l ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଦିବାସୀ ଅଧ୍ୟୁଷିତ ଟି. ଗୋବିନ୍ଦପୁର ପଂଚାୟତରେ l ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଯୋଜନାରୁ ବଞ୍ଚିତ ହେଉଛନ୍ତି ଚାଷୀ l ଜଣେ ବାରମ୍ବାର ଅଭିଯୋଗ ସତ୍ୱେ ସମବାୟ ସମ୍ପାଦକଙ୍କ ଅନିୟମିତତା ଯୋଗୁଁ ଏଠାରେ ରାଜ୍ୟ ସରକାର ନିନ୍ଦିତ ହେଉଛନ୍ତି l ବର୍ଷ ବର୍ଷ ଧରି ସମବାୟ ସମିତି କାଯ୍ୟଳୟରେ ତାଲା ଝୁଲୁଛି l ଉକ୍ତ ସମବାୟ କେନ୍ଦ୍ରକୁ ସରକାରଙ୍କ ତରଫରୁ ଚାଷୀଙ୍କୁ ମିଳୁଥିବା ରିହାତି ସାର, ବିହନ କିମ୍ବା ସରକାରଙ୍କ କୃଷି ବୀମା ସହ ସମବାୟ ବିଭାଗରେ କଣ ହେଉଛି ନହେଉଛି ସେ ନେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ ମାନେ ଜାଣି ପାରୁନାହାନ୍ତି l ସମବାୟ ନିର୍ବାଚନ ମଧ୍ୟରେ ମଧ୍ୟ ଉକ୍ତ ସମ୍ପାଦକ କିମ୍ବା ନିର୍ଵାଚନ ଅଧକାରୀଙ୍କ ଦେଖା ମିଳିନି l ଏହା କେମିତି ଏବଂ କେଉଁ ପ୍ରକାରେ ନିର୍ଵାଚନ କରିଛନ୍ତି ଏବଂ ୧୫ ଗୋଟି ନିର୍ଦ୍ଦେଶକ ପଦବୀ ମଧ୍ୟରୁ ସେ କାହାକୁ ମନୋନୀତ କିମ୍ବା ନିର୍ବାଚିତ କରି ରଖିଛନ୍ତି , କାହାକୁ କିଏ ପ୍ରସ୍ତାବକ କିଏ ସମର୍ଥକ ସେଥିରେ କେହି ବି ଚାଷୀ ଜାଣିନାହାନ୍ତି l ସମବାୟ ୨ୟ ପ୍ରଯ୍ୟାୟ ନିର୍ବାଚନ ଥିବା ହେତୁ ୨ ଦିନ ପୂର୍ବେ ଟି.ଗୋବିନ୍ଦପୁର ଅଞ୍ଚଳର ଶହ ଶହ ଚାଷୀ ସମବାୟ ବିଭାଗର ଉପନିବନ୍ଧକ ସହକାରୀ ନିବନ୍ଧକ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ବ୍ରହ୍ମପୁରଙ୍କୁ ଭେଟି ସମବାୟ ବିଭାଗ ଚାଷୀଙ୍କୁ କୌଣସି ପ୍ରକାର ସହଯୋଗ କରୁନଥିବା ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଦୁଇ ଦିନ ମଧ୍ୟରେ ପଦକ୍ଷେପ ନେବାକୁ କହିଥିଲେ କିନ୍ତୁ କୌଣସି ପଦକ୍ଷେପ ନେଇନଥିବା ଚାଷୀ କହିଛନ୍ତି l ରବିବାର ସମବାୟ ସମିତି ଦ୍ୱିତୀୟ ପ୍ରଯ୍ୟାୟ ନିର୍ବାଚନ ଥିବା ବେଳେ ଶହ ସହ ଚାଷୀ ସମବାୟ କାଯ୍ୟଳୟ ନିକଟରେ ଜଗି ରହିଥିଲେ କିନ୍ତୁ କୌଣସି ସମବାୟ କର୍ମଚାରୀ କିମ୍ବା ନିର୍ବାଚନ ଅଧିକାରୀଙ୍କ ଦେଖା ମିଳିନଥିଲା l ଫଳରେ ସମବାୟ କାଯ୍ୟଳୟ ସମୁଖରେ ଅଞ୍ଚଳର ଚାଷୀ ଧାରଣାରେ ବସିଥିଲେ l ପରନ୍ତୁ ସମବାୟ ସମିତିର କୌଣସି କର୍ମଚାରୀ କିମ୍ବା ଅଧିକାରୀଙ୍କ ମାନେ କାଯ୍ୟଳୟକୁ ମଧ୍ୟ ଆସି ନ ଥିଲେ ।

LEAVE A REPLY

Please enter your comment!
Please enter your name here