ସୁମଣ୍ଡଳ ଠାରେ କୃଷି ବିଭାଗ ତରଫରୁ କୃଷକ ଓଡିଶା ପଞ୍ଜିକରଣ ଏବଂ ଗୋ – ସୁଗମ୍ କର୍ମଶାଳା ଅନୁଷ୍ଠିତ

0
296

ବ୍ରହ୍ମପୁର, ୦୧/୦୭/୨୦୨୨ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୃଷି ବିଭାଗ ତରଫରୁ କୃଷକ ଓଡିଶା ପଞ୍ଜିକରଣ ଏବଂ ଗୋ – ସୁଗମ୍ କର୍ମଶାଳା ସ୍ଥାନୀୟ ସୁମଣ୍ଡଳ ପଞ୍ଚାୟତ ଠାରେ ସରପଞ୍ଚ ଶିବଶଙ୍କର ବାରିକ,ସେବା ସମବାୟ ସମିତି ସମ୍ପାଦକ ମଳୟ କୁମାର ରାଉତ, କୃଷି ବିଭାଗର କର୍ମଚାରୀ ଜଗନ୍ନାଥ ଛୋଟରାୟ, ମୋ ସେବା କେନ୍ଦ୍ର ର ପରିଚାଳକ ,ୱାର୍ଡ ସଭ୍ୟସଭ୍ୟା, କୃଷକ ସାଥୀ , ଏବଂ ଅନ୍ୟାନ୍ୟ କୃଷକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ କୃଷକ ଓଡିଶା ପଞ୍ଜୀକରଣ ଉପରେ ଆଲୋକପାତ କରାଗଲା । ଏଥିସହିତ କୃଷକ ଭାଇ ଭଉଣୀ ମାନଙ୍କୁ ପଞ୍ଜୀକରଣ ପାଇଁ ମୋ ସେବା କେନ୍ଦ୍ର ସହ ଯୋଗାଯୋଗ କରିବା ପାଇଁ କୃଷକ ଡି.ବି.ଟି ଆଇ.ଡି. ନିମନ୍ତେ ପୁରଣ ପଞ୍ଜୀକରଣ ଫର୍ମ ସହ ଦରକାରୀ କାଗଜପତ୍ର ପଞ୍ଚାୟତ କାର୍ଯାଳୟ ଠାରେ ଦାଖଲ ପାଇଁ ସଚେତନ କରାଗଲା । ଏଥିରେ ସୁଶିଲ୍ କୁମାର ବିଶ୍ବାଳ, ମଳୟ କୁମାର ସାହୁ, ନବଘନ ବିଶ୍ଵାଳ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here