ସଡକ ଦୁର୍ଘଟଣାରେ ବରିଷ୍ଠ ତଥା ‘ସମୟ’ ଖବକାଗଜର ଫଟୋଗ୍ରାଫର ଅଶୋକ ପଣ୍ଡା ଙ୍କ ଦେହାନ୍ତ

0
322

ଭୁବନେଶ୍ୱର,୦୧/୦୭/୨୦୨୨: ପବିତ୍ର ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ତଥା ‘ସମୟ’ ଖବକାଗଜର ଫଟୋଗ୍ରାଫର ଅଶୋକ ପଣ୍ଡା I ଆଜି ତାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା ।ଆଜି ରଥଯାତ୍ରାରେ ଫଟୋ ଉଠାଇବା ପାଇଁ ସେ ଭୋର ସମୟ ରୁ ନିଜର ନିତ୍ୟକ୍ରମ ସାରି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ମଟରସାଇକେଲ ରେ ଯାଉଥିବା ବେଳେ ସାକ୍ଷିଗୋପାଳ ନିକଟରେ ସଡ଼କ ଦୁର୍ଘଟଣା ର ଶୀକାର ହୋଇଥିଲେ । ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।ସ୍ବର୍ଗତ ପଣ୍ଡାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ I ତାଙ୍କର ୧୦ ବର୍ଷର ଏକମାତ୍ର ଝିଅ ଓ ପତ୍ନୀ ଭୂବନେଶ୍ୱର ସ୍ଥିତ ସରକାରୀ କ୍ଵାଟରରେ ରହୁଛନ୍ତି ।ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here