ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ସାନଖେମୁଣ୍ଡିରେ ବ୍ଲକସ୍ତରୀୟ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଆୟୋଜିତ

0
147

ସାନଖେମୁଣ୍ଡି ,୨୫/୦୧/୨୦୨୩: ଜାନୁୟାରୀ ୨୪ ତାରିଖକୁ ଭାରତ ସରକାର ଜାତୀୟ କନ୍ୟା ଦିବସ ଭାବରେ ବିବେଚନା କରି ଏହି ଦିନଟିକୁ ଦେଶର କନ୍ୟା ସନ୍ତାନଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ସାମ୍ପ୍ରତିକ ଜାତୀୟ ଦୁର୍ବିସହ ସମସ୍ୟା ଭାବେ କନ୍ୟା ସନ୍ତାନଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଥିବାରୁ ପୁତ୍ର ସନ୍ତାନ ଅନୁପାତକୁ ନେଇ ଏହାର ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସଚେତନ ଜରୁରୀ ହୋଇଅଛି । ପ୍ରତି ପରିବାରରୁ ସମାଜ ପାଇଁ କନ୍ୟା ସନ୍ତାନର ଗୁରୁତ୍ଵ ଉପଲବ୍ଧି , ଝିଅ ମାନଙ୍କ ସ୍ୱାସ୍ଥ୍ୟ ଶିକ୍ଷା ପ୍ରତି ଯତ୍ନବାନ ହେବା , ସମାଜର ପ୍ରମୁଖ ସ୍ତରରେ ସେମାନଙ୍କ ଅଂଶୀଦାର ପାଇଁ ପ୍ରୋତ୍ସାହନ ଦେବା ଏବଂ ସମାଜରେ ଲିଙ୍ଗଗତ କୁସଂସ୍କାର ଦୂର କରାଇବାର ମୁଖ୍ୟ ଲକ୍ଷ ହେବା ନେଇ ଆଜି ସାନଖେମୁଣ୍ଡିରେ ଆୟୋଜିତ ଆଜିର ଏହି ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଉପସ୍ଥିତ ବିଶିଷ୍ଟ ଅତିଥିଙ୍କ ବକ୍ତବ୍ୟରେ ମାତା ପ୍ରକାଶ ପାଇଛି ।
ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ସାନଖେମୁଣ୍ଡି ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କହଁରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅର୍ଥ ଅଧିକାରୀ ସଂଚିତ୍ କୁମାର , ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବୈଜୟନ୍ତିି ମୁଣ୍ଡା , ରାମ ପ୍ରସାଦ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ଅଙ୍ଗନୱାଡ଼ି କର୍ମୀ ସମୂହ , ମହିଳା ଗୋଷ୍ଠୀ ମାତୃ ମଣ୍ଡଳୀ ,କିଶୋରୀ ବାଳିକାଙ୍କ ଉଦ୍ଧେଶ୍ୟରେ ଦିବସ ପାଳନର ବୈଶିଷ୍ଟ ଏବଂ ସୁଦୂର ପ୍ରସାରୀ ଆବଶ୍ୟକତାକୁ ନେଇ ମତବ୍ୟକ୍ତ କରିଥିଲେ । ନିଜ ନିଜ ଅଭିବ୍ୟକ୍ତିର ଦେଶରେ କନ୍ୟା ସନ୍ତାନଙ୍କର ସଂଖ୍ୟା କ୍ରମାଗତ ଭାବେ କମୁଥିବାର କାରଣ ଓ ଏହାର ନିରାକରଣ ଉପରେ ଆଲୋକପାତ କରାଇ ସେମାନଙ୍କ ବିଭିନ୍ନ ସମସ୍ୟାର କାରଣ ଭାବେ କନ୍ୟା ଭ୍ରୁଣ ହତ୍ୟା, କନ୍ୟା ଶିଶୁ ଚାଲାଣ, ବାଲ୍ୟ ବିବାହ ଏବଂ ପୁତ୍ର ଓ କନ୍ୟା ସନ୍ତାନଙ୍କ ଜନ୍ମ ହାରର ଅସମାନତାର ମାନସିକତାକୁ ଦୂର କରିବା ନେଇ ସଚେତନତାକୁ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ପ୍ରକଳ୍ପ ସ୍ତରୀୟ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅବସରରେ ଶ୍ରେଷ୍ଟ ସ୍ବାସ୍ଥ୍ୟ ମାନାଙ୍କରେ ଥିବା କନ୍ୟା ସନ୍ତାନଙ୍କୁ ଜନ୍ମଦାତ୍ରୀ ମା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥିତ ଅଙ୍ଗନୱାଡ଼ି କର୍ମୀ ଏବଂ କିଶୋରୀ ବାଳିକା ବର୍ଗରେ ଜାତୀୟ କନ୍ୟା ସନ୍ତାନ ଦିବସ ଆଧାରରେ କୁଇଜ୍ ପ୍ରତିଯୋଗିତାର ଆୟୋଜନ ସହ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ମିଶନ ଶକ୍ତି ସଂଯୋଜିକା ଅନିମା ପ୍ରଧାନ , ମହିଳା ମହାସଂଘ ସଭାନେତ୍ରୀ ପ୍ରମିଳା ଲେଙ୍କା , ସମ୍ପାଦିକା ବନିତା ବେହେରାଙ୍କ ସମେତ ପରିଦର୍ଶିକା ମାମତାଞ୍ଜଳି ପଣ୍ଡା , ପୁଷ୍ପଲତା ସାହୁ , ହୀରା କୁମାରୀ ପାତ୍ର , ମମତା ଦେବୀ , ସୋନାଲି ବେହେରା ,ମମତା ଆଚାର୍ଯ୍ୟ , ସୁନିତା ନାୟକଙ୍କ ସହ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିକାରୀ ଦୁର୍ଯ୍ୟୋଧନ ମଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here