ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବ ସମ୍ପନ୍ନ।ଗଞ୍ଜାମରେ ଫିଲ୍ମ ଷ୍ଟୁଡିଓ ଲ୍ୟାବ୍‌ ନିର୍ମାଣ ଦାବି।ପିଲାଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟ।ଅଞ୍ଚଳର କଳାକାରଙ୍କୁ ଚଳଚ୍ଚିତ୍ରରେ ସୁଯୋଗ ଦେବା ମୁଖ୍ୟ ଉଦ୍ଦେଶ୍ୟ

0
176

ବ୍ରହ୍ମପୁର, ୨୯/୧୨/୨୦୨୩: ପିଲାଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆଗ୍ରହ ସୃଷ୍ଟି, ସେମାନଙ୍କ ମଧ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମ୍ବଳିତ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଜ୍ଞାନ ପ୍ରଦାନ, ପ୍ରାକୃତିକ ଓ ସାଂସ୍କୃତିକ ବିଭବରେ ଭରପୂର ଗଞ୍ଜାମ ଜିଲ୍ଲାରେ ଫିଲ୍ମ ଷ୍ଟୁଡିଓ ଓ ଲ୍ୟାବ୍ ନିର୍ମାଣ, ନୂତନ ସିନେ କଳକାର ସୃଷ୍ଟି କରି ଦକ୍ଷିଣ ଓଡ଼ିଶାର କଳା ଓ ସଂସ୍କୃତିକୁ ଅଗ୍ରାଧିକାର ପ୍ରଦାନ ଏବଂ ସର୍ବୋପରି ଚଳଚ୍ଚିତ୍ର
ଉତ୍ସବ ମାଧ୍ୟମରେ ପୃଥିବୀର ଦୃଷ୍ଟି ଆକର୍ଷଣ କରି ବ୍ରହ୍ମପୁରକୁ ଏକ ବିକଶିତ ସହର ଭାବେ ଗଢ଼ିବାର ଲକ୍ଷ୍ୟ ନେଇ ଗଞ୍ଜାମ କଳା
ପରିଷଦ ଠାରେ ଲକ୍ଷ୍ୟ – ବ୍ରହ୍ମପୁର ଫିଲ୍ମ ଆପ୍ରେସିଏସନ କ୍ଲବ ପକ୍ଷରୁ ‘ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବ ୨୦୨୩ ସମ୍ପନ୍ନ ହୋଇଯାଇଛି।
ଅଧ୍ୟକ୍ଷ ମନୋଜ କୁମାର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମେଜର ରମାରମଣ ପାଢ଼ୀ ମୁଖ୍ୟଅତିଥି,ଚଳଚ୍ଚିତ୍ର ଅଭିନେତା ଧୀରେନ ତ୍ରିପାଠୀ ବିଶିଷ୍ଟ ଅତିଥି, ଅଭିନେତା ନିର୍ଦ୍ଦେଶକ ମଦନ ମିଶ୍ର, ଚଳଚ୍ଚିତ୍ର ନିର୍ଦ୍ଦେଶକ ଏନ୍. ରାମବାବୁ,କୁମୁଦ ପ୍ରସାଦ ଆଚାର୍ଯ୍ୟ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ
ଦେଇ ଚଳଚ୍ଚିତ୍ର ପ୍ରସ୍ତୁତି କୌଶଳ ଓ ନବପିଢ଼ିଙ୍କୁ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆଗ୍ରହନ୍ବିତ ହେବା ସକାଶେ ସୁପରାମର୍ଶ ଦେଇଥିଲେ | ଏହି
ଅବସରରେ ଚଳଚ୍ଚିତ୍ର ଜଗତ ପ୍ରତି ବିଶେଷ ଆବେଗ, ଅଧ୍ୟବସାୟ ଓ ଗବେଷଣା କରିଥିବା ଡ. ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କୁ ‘ଲାଇଫ
ଟାଇମ୍ ଏଚିଭମେଣ୍ଟ ଆୱାର୍ଡ’ରେ ସମୃଦ୍ଧିତ କରାଯାଇଥିଲା I
ଚଳିତ ବର୍ଷର ଉତ୍ସବ ସାହିତ୍ୟିକ ସତୀଶ ପାତ୍ରଙ୍କୁ ଉତ୍ସର୍ଗ କରାଯାଇଥିଲା ଏଥିରେ ରବିଚନ୍ଦ୍ରନଙ୍କ ତାମିଲ ଫିଲ୍ମ ‘କାସାଗୁରୁ’
ଶ୍ରେଷ୍ଠ ସର୍ଟ ଫିଲ୍ମ, ଇଂ ଦେବାଶିଷ ପାଣିଗ୍ରାହୀଙ୍କ ‘ଦି ଡାର୍କ ପାଥ୍’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ, ଧରମଦୀପ ରାଣ୍ଡେଭଙ୍କ ‘ଏ ସ୍ବିଟ୍
ଫ୍ରେଣ୍ଡସିପ୍’ ଶ୍ରେଷ୍ଠ ଏନିମେସନ୍ ଫିଲ୍ମ, ସଜ୍ଞା ସମାହିତ ପାଢ଼ୀ ଶ୍ରେଷ୍ଠ ନିର୍ଦ୍ଦେଶକ, ଗଙ୍ଗାଧର ଦାଶ ଶ୍ରେଷ୍ଠ ଅଭିନେତା ଓ ଚାନ୍ଦମାମା
ବେହେରା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ। ଏଥି ସହିତ ଡ. ତିରୁପତି ସାହୁ, ତ୍ରିନାଥ ନାୟକ, ପ୍ରଭାତ ରଞ୍ଜନ ବେହେରା, ସଚ୍ଚିଦାନନ୍ଦ ବେହେରା, ରୁଦ୍ରନାରାୟଣ ଦାସ, କୁନାଲ, ଦୁର୍ଗାପ୍ରସାଦ ମାର୍ଥା, ଶକ୍ତିରଞ୍ଜନ ଦାସ, ଏ. ଆପ୍ପା ରାଓଙ୍କୁ ସିନେ
ଲଭର୍ସ ପୁରସ୍କାରରେ ସମ୍ମାନିତ କରାଯାଇଥିଲାI ଉଦଘୋଷକ କାର୍ତ୍ତିକ ପାଣିଗ୍ରାହୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ
ରଶ୍ମିତା କୁମାରୀ ଦଳାଇ, ଲକ୍ଷ୍ମୀନାରାୟଣ ସାବତ, ଅନିଲ ପଟ୍ଟନାୟକ, ରଞ୍ଜିତା ପାତ୍ର, ଅଜିତ ନାହାକ ପ୍ରମୁଖ ସହଯୋଗ
କରିଥିଲେ।

LEAVE A REPLY

Please enter your comment!
Please enter your name here