ବ୍ରହ୍ମପୁର ସିଟି କଲେଜରେ ନୂତନ ଶିକ୍ଷା ନୀତି (ଏନ ଇ ପି)-୨୦୨୦ ଉପରେ ଦୁଇଦିନିଆ ରାଷ୍ଟ୍ରୀୟ ପାଠଚକ୍ର ଆୟୋଜିତ

0
224

ବ୍ରହ୍ମପୁର,୨୯/୧୨/୨୦୨୩: “ନୂତନ ଶିକ୍ଷା ନୀତି-ସମାଜ ରୂପାନ୍ତରୀକରଣ ପାଇଁ ପଥ ପ୍ରଦର୍ଶିକା” ସନ୍ଦର୍ଭରେ ଦୁଇଦିନିଆ ରାଷ୍ଟ୍ରୀୟ ପାଠଚକ୍ର ଆଜି ବ୍ରହ୍ମପୁର ସିଟି କଲେଜ ଏବଂ ନିଷ୍ଟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡ.ଗୀତାଞ୍ଜଳି ଦାସ ମୁଖ୍ୟ ଅତିଥି, ପ୍ରଫେସର ଡ. ଲଷ୍ମୀକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଏବଂ ମିଜୋରାମ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼କ୍ଟର ଲୋକନାଥ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସିଟି କଲେଜର ଅଧ୍ୟକ୍ଷା ଡ. ଅନୀତା କୁମାରୀ ପଣ୍ଡା ପୃଷ୍ଠପୋଷକତା ଏବଂ ନିଷ୍ଟ ସ୍ବୟଂଶାସିତ ସଂସ୍ଥାର ପ୍ରିନସିପାଲ ଡ. ବିଷ୍ଣୁକର ନାୟକ ସହ-ପୃଷ୍ଠପୋଷକତା କରିଥିଲେ l ଏହି କାର୍ଯ୍ୟକ୍ରମରେ ବୈଷୟିକ ଅଧିବେଶନରେ ବାଲେଶ୍ୱର ଶିକ୍ଷକ ପ୍ରଶିକ୍ଷଣ କଲେଜ ର ଅଧ୍ୟକ୍ଷ ପ୍ରଫେସର ଡ. ପୂର୍ଣ୍ଣ ଚନ୍ଦ୍ର ବେହେରା, କଳିଙ୍ଗା ସରକାରୀ ଶିକ୍ଷକ ଶିକ୍ଷା କଲେଜର ପ୍ରଫେସର ଡ. ମନୋଜ କୁମାର ପ୍ରଧାନ ସନ୍ଦର୍ଭ ସମୀକ୍ଷକ ଭାବରେ ଏବଂ ଗୁଆହାଟୀ ୟୁନିଭର୍ସିଟିର ଦୂରଶିକ୍ଷା ଓ ଅନଲାଇନ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ମନୋଜ କୁମାର ନାୟକ ଏବଂ ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶରତ କୁମାର ଜେନା କି-ନେlଟ ସ୍ପିକର ଭାବରେ ନିଜର ବକ୍ତବ୍ୟ ରଖିଥିଲେ l ବିଭିନ୍ନ ମହାବିଦ୍ୟାଳୟ ଏବଂ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟାପିକା ଏବଂ ଅଧ୍ୟାପକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ଶିକ୍ଷା ନୀତି – ୨୦୨୦ ଉପରେ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସିଟି ମହାବିଦ୍ୟାଳୟର ଅନ୍ତଃ ଗୁଣବତ୍ତା ନିଶ୍ଚିତତା ସଂଯୋଜକ ତଥା ପାଠଚକ୍ରର ଆବାହକ ଡ. ଅଜୟ କୁମାର ପେଣ୍ଠୋଇ ପରିଚାଳନା କରିଥିଲେ l ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଅଧ୍ୟାପକ ଓ ଅଧ୍ୟାପିକାମାନେ ସକ୍ରିୟ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here