ପୋଲସରା ୨୫/୨/୨୦୨୪ ପୋଲସରାରେ ପ୍ରତିଷ୍ଠିତ ପ୍ରୟାଗ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଶିକ୍ଷା ବିନା ଉନ୍ନତି ଅସମ୍ଭବ, ଶିକ୍ଷା ଜୀବନରେ ଏକ ମହତ୍ତ୍ଵ ପୂର୍ଣ୍ଣ ଅଙ୍ଗ ବୋଲି ବକ୍ତବ୍ୟ ରଖିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ପାଇଁ କାମନା କରିବା ସହ ଉତ୍ତମ ଶିକ୍ଷା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଏନ୍ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସୁକାନ୍ତି ସାହୁ, ଯଜ୍ଞ ନାରାୟଣ ସାହୁ, ସଚିନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ପାତ୍ର, ଶିଶିର ବେହେରା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ରାଜୀବ ଲୋଚନ ପଣ୍ଡା ଶିକ୍ଷାନୁଷ୍ଠାନ ର ବିବରଣୀ ପଠନ ସହ “ଆମ ଅନୁଷ୍ଠାନ ପ୍ରକଳ୍ପ” ଜରିଆରେ ଶିକ୍ଷାଦାନ ବ୍ୟବସ୍ଥା ଦ୍ବାରା ଉତ୍ତମ ଶିକ୍ଷା ଆହରଣ କରିବା ସହଜ ହୋଇଛି ବୋଲି ପ୍ରକାଶ କରିଥିଲେ। ପ୍ରୟାଗ ପବ୍ଲିକ ସ୍କୁଲର ସଭାନେତ୍ରୀ ଯମୁନା ବିଶ୍ଵାଳ ଅଧ୍ୟକ୍ଷତା କରିଥିବା ବେଳେ ଜ୍ୟୋତି ସାହାଣୀ ଓ ଅନ୍ୟମାନେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଧାୟକ ଶ୍ରୀ ସାହୁ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।