ବ୍ରହ୍ମପୁର,୧୬/୦୮/୨୦୨୪:
ପରିବହନ ମନ୍ତ୍ରୀ ଙ୍କ ଜିଲ୍ଲାରେ ପରିବହନ ବିଭାଗ ନିଷ୍କିୟ ଥିବା ଭଳି ମନେ ହେଉଛି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ରେ ପରିବହନ ବିଭାଗ ଥିବା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲା ରୁ ପ୍ରତିନିଧିତ୍ଵ କରୁଥିବା ବେଳେ ଖୋଦ ମନ୍ତ୍ରୀ ଙ୍କ ଜିଲ୍ଲା ରେ ପରିବହନ ବିଭାଗର ଅଧିକାରୀ ମାନଙ୍କ ନିଷ୍କିୟତା ଯୋଗୁଁ ରାଜ୍ୟ ସରକାର ଙ୍କ ରାଜସ୍ବ ହାନି ଘଟୁଛି।ଉଲ୍ଲେଖଯୋଗ୍ୟ ଯେ,ଜିଲ୍ଲା ରେ ବିନା ଟାକ୍ସି ଲାଇସେନ୍ସ ୪ ଚକିଆ କାର୍ ରେ ଯାତ୍ରୀ ପରିବହନ କରାଯାଉଛି।ଯାତ୍ରୀ ପରିବହନ ପାଇଁ ୪ଚକିଆ କାର୍ ଗୁଡିକ ଟାକ୍ସି ଲାଇସେନ୍ସ ଥିବା ଆବଶ୍ୟକ ଯାହାକି ସେ ଗାଡି ନମ୍ବର ପ୍ଳେଟ ରେ ହଳଦିଆ ରଙ୍ଗର ପ୍ଳେଟ ଉପରେ କଳା ରଙ୍ଗ ରେ ନମ୍ବର ରହିବା ନିୟମ ରହିଛି।କିନ୍ତୁ କିଛି କାର୍ ମାଲିକ ବ୍ୟକ୍ତିଗତ ପରିବହନ ପାଇଁ ଗାଡି ଆର ଟି ଓ କାର୍ଯ୍ୟାଳୟ ରେ ନମ୍ବର ରେଜିଷ୍ଟ୍ରେସନ କରାଇ ଟ୍ରାଭେଲରସ୍ ଙ୍କ ଜରିଆରେ ଯାତ୍ରୀ ପରିବହନ କରୁଛନ୍ତି।ଯେଇଁଥିରେ ଗାଡି ନମ୍ବର ପ୍ଳେଟ ଧଳା ରଙ୍ଗର ପ୍ଳେଟ ଉପରେ କଳା ରଙ୍ଗର ନମ୍ବର ରହିଥାଏ ।ଯାହା ଫଳରେ ସରକାରଙ୍କ ରାଜସ୍ବ ଫାଙ୍କି କାର୍ ମାଲିକ ମାନେ ଯାତ୍ରୀ ପରିବହନ କରିଥାନ୍ତି। ଏପରିକି କିଛି କାର୍ ମାଲିକ ସରକାରୀ ରାଜସ୍ବ ଫାଙ୍କି ବିନା ଟ୍ୟାକ୍ସି ରେଜିଷ୍ଟ୍ରେସନ ରେ ଏବଂ ଅର୍ଥ ବିଭାଗର ନିର୍ଦ୍ଦେଶ କୁ ଉଲ୍ଲଂଘନ କରି କାର୍ କୁ ସରକାରୀ କାର୍ଯ୍ୟାଳୟ ରେ ନିୟୋଜିତ କରିଥିବା ନଜର କୁ ଆସିଛି।ଜିଲ୍ଲା ପରିବହନ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଅଧିକାରୀ ଙ୍କ ନିଷ୍କିୟତା ରୁ ହେଉ ଅବା ସେମାନଙ୍କ ଗାଡି ମାଲିକ ଙ୍କ ମଧୁଚନ୍ଦ୍ରିକା ରୁ ହେଉ,ଏଥିପ୍ରତି ପରିବହନ କାର୍ଯ୍ୟାଳୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି।ଫଳରେ ସରକାରୀ ରାଜସ୍ବ ହାନି ଘଟୁଥିବା ପରିଲକ୍ଷିତ ହେଉଛି।ଏ ନେଇ ପୂର୍ବରୁ “ନିରୀକ୍ଷକ” ପକ୍ଷରୁ ତତ୍କାଳୀନ ମୂଖ୍ୟମନ୍ତ୍ରୀ ଙ୍କ ସମେତ ବାଣିଜ୍ୟ ଓ ପରିବହନ ସଚିବ ଏବଂ ଅନ୍ୟମାନଙ୍କୁ ଟୁଇଟ ଯୋଗେ ଅଭିଯୋଗ କରାଯାଇଥିଲା।ଅନ୍ୟ ପକ୍ଷରେ ଜିଲ୍ଲା ପରିବହନ ବିଭାଗ ର ଅଧିକାରୀ ତଥା କର୍ମଚାରୀ ମାନଙ୍କ ଅବହେଳା ରୁ କୌଣସି ଦିନ ମଧ୍ୟ ୪ଚକିଆ କାର୍ ଚାଳକ ଙ୍କ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ହେଉ କିମ୍ବା ମଦ୍ୟପାନ କରି ଗାଡି ଚାଳନା ପାଇଁ ଧରପଗଡ ହେଉନାହିଁ।ଯାହା ଫଳରେ ବିଭିନ୍ନ ସମୟରେ ଏହି କାରଣରୁ ବହୁ ଦୁର୍ଘଟଣା ଘଟୁଛି।ସର୍ବୋପରି କହିବାକୁ ଗଲେ ପରିବହନ ମନ୍ତ୍ରୀ ଙ୍କ ଜିଲ୍ଲାରେ ପରିବହନ ବିଭାଗ ମହୁ ଖାଇ ଶୋଇ ରହିଛି।