ବିଷପାନ କରି ମୃତ୍ୟୁ ବରଣ କଲେ ବିବାହିତ ମହିଳା

0
28

ବୁଗୁଡା, ୨୩/୮/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ଅନ୍ତର୍ଗତ କାଦପଡା ଗ୍ରାମର ଜଣେ ବିବାହିତ ମହିଳା ବିଷପାନ କରି ମୃତ୍ଯୁ ବରଣ କରିଥିବା ଜଣାପଡିଛି। ମୃତ ମହିଳା ଜଣକ ହେଲେ କାଦପଡା ଗ୍ରାମର ମାଧବ ସ୍ବାଇଁଙ୍କ ପତ୍ନୀ ବିରାଜିନୀ ସ୍ବାଇଁ (୪୭) । ଅଗଷ୍ଟ ୨୩ ତାରିଖ ସକାଳେ ମାନସିକ ଅଶାନ୍ତି ଯୋଗୁଁ ବିରାଜିନୀ ଚାଉଳରେ ପୋକ ନହେବା ପାଇଁ ରଖା ଯାଉଥିବା ବିଷକୁ ଖାଇ ଦେଇଥିଲେ। ଏହା ଜାଣିବା ପରେ ପରିବାର ଲୋକେ ବିରାଜିନୀଙ୍କୁ ବୁଗୁଡା ମେଡିକାଲକୁ ଆଣିଥିଲେ। ଚିକିତ୍ସାଧିନ ଅବସ୍ଥାରେ ବିରାଜିନୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବୁଗୁଡା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହିତ ୧୭/୨୪ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here