ବ୍ରହ୍ମପୁର, ୨୮/୦୨/୨୦୨୫:ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣାରେ ଏକ ସଭାର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ପରିଷଦ ଅଧକ୍ଷା ପ୍ରଫେସର ପଦ୍ମିନୀ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ ପ୍ରାଧ୍ୟାପକ ଡ. ଦୀପକ କୁମାର ମିଶ୍ର l ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଡ. ପ୍ରଣତି କୁମାରୀ ରଥ l ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଫେସର ଗୌରୀ ଶଙ୍କର ତ୍ରିପାଠୀ ବିଜ୍ଞାନ ଦିବସର ମହତ୍ତ୍ୱ ବର୍ଣ୍ଣନା ପୂର୍ବକ ବୈଜ୍ଞାନିକ ଗବେଷଣା ନିମନ୍ତେ ଗଭୀର ନିରୀକ୍ଷଣାତ୍ମକ ଦୃଷ୍ଟି ରହିବା ଆବଶ୍ୟକ ବୋଲି ମତ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଭୋଳାନାଥ ପାଢ଼ୀ ବୈଜ୍ଞାନିକ ସି. ଭି. ରମଣଙ୍କ ଜୀବନୀ ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଆୟୋଜିତ ବିଜ୍ଞାନ ଭିତ୍ତିକ ପ୍ରତିଯୋଗିତା ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l
କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଅଧ୍ୟାପକ ଡ. ଗୌତମ ସାବତ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଡ. ସୁଶୀଲ କୁମାର ରାଠୋର, ଡ. ସସ୍ମିତା ବଳିୟାରସିଂ ପ୍ରମୁଖ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ପରୀକ୍ଷା ନିୟନ୍ତ୍ରକ ଡ. ମନୋଜ କୁମାର ପଟ୍ଟନାୟକ, ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ, ପ୍ରଫେସର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରଫେସର ପ୍ରବୀଣ କୁମାର ନନ୍ଦ, ଡ. ବିଭୁ ପ୍ରସାଦ ସାହୁ, ଡ. କନ୍ୟାଞ୍ଜଳୀ ସାମଲ, ଅଧ୍ୟାପକ ଗୋପାଳ କୃଷ୍ଣ ସାହୁ ତଥା ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l