ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ନୂତନ ଆମ୍ବୁଲାନ୍ସ

0
9

ବୁଗୁଡା, ୨/୩/୨୫ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର(ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)କୁ ଗର୍ଭବତୀ ମହିଳା ଓ ଏକ ବର୍ଷରୁ କମ ଶିଶୁଙ୍କ ସୁବିଧା ପାଇଁ ଫୋର୍ସ କମ୍ପାନୀର ଓଡ଼ି ୦୨ ଡ଼ିବି ୧୦୪୩ ନମ୍ବରର ନୂତନ ଆମ୍ବୁଲାନ୍ସ ଗାଡି ଆସିଅଛି। ନୂତନ ଆମ୍ବୁଲାନ୍ସକୁ ପୂଜାବିଧି ପରେ ମାଣିତରା ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ ଫିତାକାଟି ଶୁଭାରମ୍ଭ କରାଇଛନ୍ତି। ଏହି ଆମ୍ବୁଲାନ୍ସ ଆସିବା ଦ୍ୱାରା ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଗର୍ଭବତୀ ମହିଳା ଓ ସେମାନଙ୍କ ଏକ ବର୍ଷ ମଧ୍ୟରେ ଶିଶୁମାନଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ସୁବିଧା ହୋଇପାରିବ। ଏହି ଅଳ୍ପଦିନ ପୂର୍ବେ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରସୂତୀ ଭବନ ଉଦଘାଟନ କରି ଯାଇଥିବା ପରେ ପରେ ନୂତନ ଆମ୍ବୁଲାନ୍ସ ଆସିଥିବା ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ବୃନ୍ଦ ଏବଂ ଅଞ୍ଚଳବାସୀ ଆନନ୍ଦ ପ୍ରକାଶ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ବହୁ ଗର୍ଭବତୀ ମହିଳା ପ୍ରସୂତୀ ପାଇଁ ଆସୁଥିବା ବେଳେ ଜଟିଳ ସମସ୍ୟା ଥିବା ଗର୍ଭବତୀ ମହିଳାଙ୍କୁ ଚିହ୍ନଟରେ ଅସୁବିଧା ହେଉଅଛି। ଏଣୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଅଲ୍ଟ୍ରାସାଉଣ୍ଡ ଯୋଗାଣ ବ୍ୟବସ୍ଥା କାରାଇଲେ ଗର୍ଭବତୀ ମହିଳା ଉପକୃତ ହେବେ ସହ ଅନ୍ୟ ରୋଗୀମାନେ ମଧ୍ୟ ଉପକୃତ ହୋଇପାରିବେ।

LEAVE A REPLY

Please enter your comment!
Please enter your name here