ମୃତ ଦେହ ଉଦ୍ଧାର

0
325

ଚିକିଟି, ୪/୯/୧୯; ଚିକିଟି ଭୋଳାସିଂ ନିକଟ ପାଣ୍ଡିରି ଗ୍ରାମର ନଦୀର ଓଭରବ୍ରିଜ ତଳେ ପୋତାଯାଇଥିବା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି । କେ.ନୁଆଗାଁ ଥାନା ଅନ୍ତର୍ଗତ ଆମ୍ବଝୋଳା ଗାଁ ର ଖ୍ରୀଷ୍ଟିଆନ୍ ସଂପ୍ରଦାୟ ଶୁକ୍ରୁ ନାୟକ ର ପୁଅ କୁନା ଵୋଲି ଚର୍ଚ୍ଚା ହେଉଛି । କୁନାର ଏପେନଡିକ୍ସ ଅପରେସନ ଵେଳେ ବ୍ରହ୍ମପୁର ମେଡିକଲ ରେ ମୃତ ହେଵାରୁ ତାକୁ ଗତ ରାତ୍ର ମହାପ୍ରୟାଣ ଗାଡିରେ ଆମ୍ବଝୋଳା ଅଣାଯାଇଥିଲା ।ଖ୍ରଷ୍ଟିଆନ୍ ସଂପ୍ରଦାୟ ହୋଇଥିବାରୁ ସେହି ଶଵକୁ ଅଟୋ ଯୋଗେ ଭଳାସିଂଗି ନଦୀ କୁ ନିଆଯାଇ ପୋଡିବା ଵଦଳରେ ପୋତା ଯାଇଥିଲା ବୋଲି ସୁଚନା ମିଳିଛି । ଏ ନେଇ କେ ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ପୋତା ଯାଇଥିବା ମୃତ ବ୍ୟକ୍ତି ଙ୍କ ପେଟରେ ଅସ୍ତ୍ରୋପଚାର ହୋଇଥିଲା । ଏ ନେଇ ବର୍ତ୍ତମାନ ସୁଦ୍ଧା ତାଙ୍କ ପେଟରେ ବେଣ୍ଡଜ ଲାଗିଥିବା ଦେଖିବାକୁ ମିଳିଛି । ଏହା କୌଣସି ହତ୍ୟା ନୁହେଁ ବରଂ ମୃତ ବ୍ୟକ୍ତିଙ୍କୁ ପୋତା ଯାଇଥିବା କୁହାଯାଇଛି । ଖୋଦ ମୃତ ବ୍ୟକ୍ତିର ମା ହିଁ ନିଜ ପୁଅକୁ ଗରିବ ହୋଇଥିବା ଯୋଗୁଁ ନଦୀ ପଠାରେ ପୋତି ଦେଇଥିଲା ।

ରିପୋର୍ଟ :ରବିକୁମାରଶର୍ମା

LEAVE A REPLY

Please enter your comment!
Please enter your name here