ରାମାୟାପାଟନା ରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

0
390

ଚିକିଟି,୪/୯/୧୯ ;ଗଂଜାମ ଜିଲ୍ଲା ଚିକିଟି ବ୍ଳକ ରାମେୟା ପାଟଣାରେ ମତ୍ସ୍ୟଜୀବୀ ଙ୍କୁ ଉଧାର କଲେ ଗ୍ରାମବାସୀ, ଘଟଣାଟି ଘଟିଛି ଆଜି ଦିନ ୧୦ଟାରେ ଏହି ଅଂଚଳରେ ସମୁଦ୍ର ଅଶାନ୍ତ ହେବା ସହ ଆଗକୁ ଆଗକୁ ମାଡି ଆସୁଛି। ଏବେ ସୁଦ୍ଧା ୩୫ରୁ ଉର୍ଧ୍ବ ଘର ସମୁଦ୍ର ମଧ୍ୟରେ ଲୀନ ହେଲାଣି। ଏଭଳି ସମୟରେ ସମୁଦ୍ର ଅଶାନ୍ତ ରହିଥିଲେ ବି ପେଟ ପାଟଣା ପାଇଁ ବାଧ୍ୟ ହୋଇ ସମୁଦ୍ରକୁ ଯାଇଥିଲେ କିଛି ମତ୍ସ୍ୟଜୀବୀ।ସମୁଦ୍ରରୁ ଫେରିବା ବେଳେ ଉତ୍ତାଳ ତରଙ୍ଗ ମାଡ଼ରେ ଡଙ୍ଗା ଓଲଟି ପଡିବା ସହ କିଚ୍ଛି ଅଂଶ ଭାଙ୍ଗିଯାଇଥିଲା। ଡ଼ଙ୍ଗା ରେ ଥିବା ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ବୁଡିବା ଅବସ୍ଥାରେ ଥିଲେ। ଗାଁ ଠାରୁ କମ ଦୁରତାରେ ଏହା ଦେଖି ଗ୍ରାମବାସୀ ସେମାନଙ୍କୁ ବଞ୍ଚାଇବା ପାଇଁ ସମୁଦ୍ରକୁ ଆଉ ଏକ ଡଙ୍ଗା ରେ ଯାଇଥିଲେ। ଅତି କଷ୍ଟ ରେ ସେମାନଙ୍କୁ ଉଦ୍ଧର କରାଯାଇଥିଲା। ହେଲେ ଡଙ୍ଗାରେ ଥିବା ଲକ୍ଷାଧିକ ମୂଲ୍ୟର ମୋଟର,ଜାଲ ଓ ଅନ୍ୟ ସାମଗ୍ରୀ ସବୁ ସମୁଦ୍ରରେ ଭାସି ଯାଇଥିଲା।

ରିପୋର୍ଟ: ରବି କୁମାର ଶର୍ମା

LEAVE A REPLY

Please enter your comment!
Please enter your name here