ଅଭିନବ ଠକେଇର ଶିକାର ,ଦିନ ମଜୁରିଆ

0
304

ହିଞିଳିକାଟୁ ୪/୯( ନିପ୍ର) :-ସହର ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋର ଲୁଟେରାଙ୍କ ପଦୁର୍ଭାବ ବୃଦ୍ଧି ପାଉଛି।ଏହି ଲୁଟ ଠକେଇର ଶିକାର ହେଉଛନ୍ତି ନିରୀହ ଗରିବ ଦିନ ମଜୁରିଆ ଓ ସାଧାରଣ ଜନତା ।ସରକାରଙ୍କ ବିଭିନ୍ନ ଯୋଜନା ଆଧାର କରି ଦୁର୍ବୃତ୍ତ ମାନେ ନିରୀହଙ୍କୁ ବିଭିନ୍ନ ଉପାୟରେ ଶିକାର ବନାନ୍ତି । ହଜାର ହଜାର ଟଙ୍କା ଲୁଟି ନିଅନ୍ତି । ଏହିଭଳି ଏକ ଚାଞ୍ଚଲ୍ୟକର ଘଟଣା ବୁଧୁବାର ହିଞିଳି ଥାନା ଅନ୍ତର୍ଗତ ବେଲଗାଁ ଅଞ୍ଚଳରେ ଘଟିଛି ।ବେଲଗାଁ ମେଡିକାଲ ନିକଟସ୍ଥ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ଠାରେ ଏଭଳି ଘଟଣା ଦେଖିବା କୁ ମିଳିଛି । ମିଳିଥିବା ସୂଚନା ପ୍ରକାରେ ପଳାସି ହରିଜନ ସାହି ବାସିନ୍ଦା କାଳିଆ ଦାସ ଓ ତାଙ୍କ ସ୍ତ୍ରୀ ମିନତି ଦାସଙ୍କ ସହ ମହିଳା ଗ୍ରୁପ ଟଙ୍କା ଉଠାଣ ନିମନ୍ତେ ଆସିଥିଲେ ।ସ୍ଥାନୀୟ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ଉଠାଣ କରିଥିଲେ। କାଳିଆ ୨୦ହଜାର ଟଙ୍କା ଜମା ଖାତାରୁ ଉଠାଇ ଜରି ମୁଣା ରେ ରଖିଥିଲେ । ବ୍ୟାଙ୍କ ରୁ ବାହାରି ସଉଦା କିଣିବା ପାଇଁ ଯାଉଥିବା ସମୟରେ ଜଣେ ଅଜଣା ଅଚିହ୍ନା ଯୁବକ ତାଙ୍କ ପାଖକୁ ପହଞ୍ଚି ତାଙ୍କୁ ପଚାରିଥିଲା କେତେ ଉଠାଇଲ ଆଉ ତୁମର କାଳିଆ ଯୋଜନା ଆସିଛି ସେ ଟଙ୍କା ପାଇଲକି । କାଳିଆ ଦାସ ମନା କଲା ପରେ ସେ ନିଜକୁ ବ୍ୟାଙ୍କ ମେନେଜର ପରିଚୟ ଦେଇ ତାଙ୍କ ଠାରୁ ଜମା ଖାତା ମାଗିଥିଲା । ଖାତାରେ ବଳକା ୩ଶହ ଟଙ୍କା ଥିବା କହିଥିଲେ ।ବାକି ଆଉ କାଳିଆ ଟଙ୍କା ଆଣିଲନି ତୁମ ନାଁରେ ଆସିଛି ରୁହ ମୋ ଷ୍ଟାଫଙ୍କୁ ଫୋନ କରି କହୁଛି ସେ ତୁମକୁ ଦେଇଦେବେ । ଫୋନ ରେ ମିଛ ନାଟକ କରି ତାଙ୍କ ସ୍ତ୍ରୀକୁ ପଠାଇଦେଲେ ବ୍ୟାଙ୍କକୁ । କାଳିଆ ଧରିଥିବା ଜରିମୁଣା ଟି କୁ ହାତକୁ ନେବା ପାଇଁ ସମ୍ପୃକ୍ତ ଯୁବକ କାଳିଆଙ୍କୁ ପ୍ରଲଭିତ କରିଥିଲା।ଦୁର୍ବୁତ୍ତ ଜଣକ ଏକ ଫର୍ମରେ ଦସ୍ତଖତ ଓ କରିବାକୁ କହି ଜରିମୁଣା ଧରି ସହ ୨୦ହଜାର ଟଙ୍କା ଧରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ପୀଡିତ କାଳିଆଙ୍କ ଠକେଇ ଘଟଣାରେ ଗ୍ରାମରେ ଆଲୋଡନ ଖେଳାଇଯାଇଛି।

ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here