ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ୪୦,୦୦୦ ସଦସ୍ୟ ସଂଗ୍ରହ ଲକ୍ଷ୍ୟ

0
393

ହିଞ୍ଜିଳିକାଟୁ- ୦୪/ସେପ୍ଟେମ୍ବର/୨୦୧୯ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ ସମ୍ବନ୍ଧରେ ଏକ କାର୍ଯ୍ୟକର୍ତ୍ତା ବୈଠକ ବୁଧବାର ନଗର ବିଜେପି ସଭାପତି ମାଧବ ଗୌଡ଼ଙ୍କ ଅଧ୍ୟକ୍ଷତାରେ ହିଞ୍ଜିଳିରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ହିଞ୍ଜିଳି ସଦସ୍ୟତା ଅଭିଯାନ ପ୍ରଭାରୀ ନିକୁଞ୍ଜ କିଶୋର ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକର୍ତା ମାନଙ୍କୁ ସଦସ୍ୟତା ଅଭିଯାନ ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ସାଧାରଣ ସମ୍ପାଦକ ଭୁବନେଶ୍ୱର ନାହାକ, ଉମା ଶଙ୍କର ପାଢି, ପୂର୍ବତନ ସଭାପତି ଉମେଶ ଚନ୍ଦ୍ର ସାହୁ,ପୂର୍ବତନ ନଗର ସଭାପତି ଇ.ରାମା ପ୍ରସାଦ ପାତ୍ର, ନୃସିଂହ ପ୍ରସାଦ ପଟ୍ଟନାୟକ, ବିଷ୍ଣୁ ପ୍ରସାଦ ଖାଡଙ୍ଗା, ନିତ୍ୟାନନ୍ଦ ଗୌଡ଼, ଶିବରାମ ଗୌଡ଼, ସନ୍ତୋଷ କୁମାର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ନୟନ କୁମାର ମଳିକ ପ୍ରମୂଖ ଉପସ୍ଥିତ ଥିଲେ।ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ସଦସ୍ୟତା ଅଭିଯାନ ପ୍ରଭାରୀ ନିକୁଞ୍ଜ କିଶୋର ପଟ୍ଟନାୟକ, ବିଧାନସଭା କ୍ଷେତ୍ର ସଂଯୋଜକ ଶିଶିର ମିଶ୍ର, ନଗର ସଭାପତି ମାଧବ ଗୌଡ଼ ଏବଂ ଉପ ସଭାପତି ତଥା ସଦସ୍ୟତା ଅଭିଯାନ ସଂଯୋଜକ ଆକାଶ ପଟ୍ଟନାୟକ ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ୪୦,୦୦୦ ଜନସାଧାରଣଙ୍କୁ ଭାରତୀୟ ଜନତା ପାର୍ଟିରେ ସଦସ୍ୟ ଭାବେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ମାନେ ପୂର୍ଣ୍ଣ ପ୍ରାଣରେ ଏହି ଲକ୍ଷ୍ୟ ପୂର୍ତ୍ତି ପାଇଁ ଉଦ୍ୟମ କରୁଛନ୍ତି ବୋଲି ସଦସ୍ୟତା ଅଭିଯାନ ପ୍ରଭାରୀ ଶ୍ରୀ ପଟ୍ଟନାୟକ କହିଥିଲେ।

ରିପୋର୍ଟ: ପ୍ରିୟ ବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here