ସହର ରେ ଜଳ କଷ୍ଟ ଉତ୍କଟ ?

0
553

ବ୍ରହ୍ମପୁର: ବ୍ରହ୍ମପୁର ସହର ରେ ବର୍ଷା ଋତୁ ରେ ମଧ୍ଯ ପିଇବା ପାଣି ର ଘୋର ଅଭାବ ଦେଖାଯାଉଥିବା ଜଣାପଡିଛି। ସହର ର ପ୍ରମୁଖ ଅଂଚଳ ଶ୍ରୀରାମ ନଗର-୧, ୨,୩ ସମେତ ଜଗନ୍ନାଥ ବିହାର, ଶୁଭମ ବିହାର ଅଂଚଳ ରେ ଦୀର୍ଘ ୧୦/୧୨ ଦିନ ହେଲା ଠିକ୍ ରେ ପାଣି ଯୋଗାଣ ହୋଇନଥିବା ଯୋଗୁଁ ଅଂଚଳ ବାସୀ ମାନେ ଅଭିଯୋଗ କରିଛନ୍ତି।ଏ ନେଇ ଅଂଚଳ ବାସୀ ଜନସ୍ୱାସ୍ଥ୍ୟ କନିଷ୍ଠ ଯନ୍ତ୍ରୀ ଅଳକା ରାଣୀ ସାବତ ଙ୍କୁ ଅଭିଯୋଗ କରିଲେ, ମାତ୍ର କିଛି ସମୟ ପାଇଁ ,ନାମ କୁ ମାତ୍ର ପାଣି ଯୋଗାଣ କରାଯାଉଥିବା ଜଣାପଡିଛି। ରାଜ୍ୟ ସରକାର ୫୦୦ କୋଟି ବ୍ୟୟ ରେ ଜାନିବିଲି ଜଳ ପ୍ରକଳ୍ପ କାଯ୍ୟକାରୀ କରିଥିବା ବେଳେ ଲୋକ ଙ୍କୁ ପିଇବା ପାଣି ନ ମିଳିବା ଦୁଃଖ ପରିତାପର ବିଷୟ ବୋଲି ଅଂଚଳ ବାସୀ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here