ବ୍ରହ୍ମପୁର ରେ ଇଦ୍ ପର୍ବ ପାଳନ

0
415

ବ୍ରହ୍ମପୁର:(୧୨/୮)ଆଜି ସାରା ବିଶ୍ୱ ରେ ପବିତ୍ର ଇଦ୍ ଜୁହା ଅବସର ରେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ମାନେ ଆନନ୍ଦ ଉଲ୍ଲାସ ର ସହ ଇଦ ପର୍ବ କୁ ପାଳନ କରିଛନ୍ତି। ଏହି ଅବସରରେ ବ୍ରହ୍ମପୁର ସହର ରେ ମଧ୍ୟ ଇଦ୍ ପାଳନ ହୋଇଛି। ମୁସଲମାନ ସମ୍ପ୍ରଦାୟର ଭାଇ ମାନେ ଗାନ୍ଧୀ ନଗର ସ୍ଥିତ ଇଦଗା ପଡିଆ ,ଓ କାପୁ ସାହି ସ୍ଥିତ ଇଦଗାହା ଠାରେ ସମୂହ ନାମାଜ ପାଠ କରିଛନ୍ତି।ବାରାକ୍ସ ବଡ ଇଦ୍ ଗାହା ପଡିଆ ରେ ଜାମା ମସଜିଦ ର ମୂଖ୍ଯ ଇମାମ ଜାନାବ ଆଲାହଜକାରୀ ମେହେରାଜ ଆଲାମ ,ନମାଜ ପାଠ କରାଇଥିଲେ।ଏହା ସହ ପରସ୍ପର କୁ ଆଲିଙ୍ଗନ କରି ଇଦ ମୁବାରକ ଜଣାଇବା ସହ ଭାଇଚାରା,ଶାନ୍ତି,ଆମ ଦେଶର ଉନ୍ନତି ପାଇଁ ଆଲ୍ଲା ଙ୍କ ଠାରେ ପ୍ରାଥର୍ନା କରିଛନ୍ତି।ଏହି ପର୍ବ ହେଉଛି ମୁସଲମାନ ସମ୍ପ୍ରଦାୟର ପାଇଁ ତ୍ୟାଗ ଓ ବଳିଦାନର ପର୍ବ।

LEAVE A REPLY

Please enter your comment!
Please enter your name here