ଛତ୍ରପୁର ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ୭୩ ତମ ସ୍ବାଧିନତା ଦିବସ

0
353

ଛତ୍ରପୁର :୧୫/୮/୧୯    ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ୭୩ ତମ ସ୍ବାଧିନତା ଦିବସ । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଦେଶ ସେବା କରି ନିଜର ଜୀବନକୁ ବଳିଦାନ କରିଥିବା ସହିଦଙ୍କୁ ମନେ ପକାଇଥିଲେ ସମସ୍ତେ । ଛତ୍ରପୁରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ । ମୋଟ ୩୮ ଟି ଦଳ ପ୍ୟାରେଡର ଭାଗ ନେଇଥିଲେ । ପରିଶେଷରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ବାରା ପୁରଷ୍କୃତ କରାଯାଇଥିଲା । ଜ଼ିଲ୍ଲା ପରିଷଦ ଅଧକ୍ଷା ସୋନାମ ପଳେଇ, ଉପଜ଼ିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଗଞ୍ଜାମ ଜ଼ିଲ୍ଲାପାଳ ସହ ପତ୍ନୀ ନିର୍ମଳା ଅମୃତା କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ । ପରେଡ଼ କୁ ଆର ଇ ଗଙ୍ଗାଧର ଧାଙ୍ଗର ପରିଚାଳନା କରିଥିଲେ

LEAVE A REPLY

Please enter your comment!
Please enter your name here