ବିଜେଡି ନେତା ଙ୍କୁ ଥଇଥାନ କରିଲେ, ମୂଖ୍ଯମନ୍ତୀ ନବୀନ

0
198

ଭୁବନେଶ୍ୱର,୧୬/୮/୧୯: ଆଜି ବିଜେଡି ଦଳ ସୁପ୍ରିମୋ, ମୂଖ୍ଯମନ୍ତୀ ନବୀନ ପଟ୍ଟନାୟକ,ବିଜେଡି ନେତା ଙ୍କୁ ଥଇଥାନ କରିଛନ୍ତି।ସୁଜିତ କୁମାର ହେଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା, ଅନୁଭବ ପଟ୍ଟନାୟକ ହେଲେ ET & IT ଅଧ୍ୟକ୍ଷ, କୃତିବାସ ପାତ୍ର ହେଲେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଉପଦେଷ୍ଟା। ଲେନିନ ମହାନ୍ତି ହେଲେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ। ସେହିପରି ଉତ୍କଳ କେଶରୀ ପରିଡ଼ା ହେଲେ ଚିଲିକା ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଦେବାଶିଷ ଘୋଷ ହେଲେ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ, ସୁଲତା ଦେଓ ହେଲେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧ୍ୟକ୍ଷ, ଜନ୍ମେଜୟ ଲେଙ୍କା ହେଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଉପଦେଷ୍ଟା, ରାମଚନ୍ଦ୍ର ପଣ୍ଡା ହେଲେ ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା, ସେହିପରି ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା, କସ୍ତୁରୀ ମହାପାତ୍ରଙ୍କୁ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା, ସୁଲୋଚନା ଦାସଙ୍କୁ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନ ଶକ୍ତି ଉପଦେଷ୍ଟା, ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଭାବେ ନିଯୁକ୍ତି ମିଳିଛି।

ଦେବାଶିଷ ମହାନ୍ତି ହେଲେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ, ଈଶ୍ୱର ପାଣିଗ୍ରାହୀ ହେଲେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ, ପ୍ରଭାତାଦିତ୍ୟ ମିଶ୍ର ହେଲେ ଆପିକଲ୍‌ ଅଧ୍ୟକ୍ଷ। ଶ୍ରୀମୟୀ ମିଶ୍ରଙ୍କୁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ, ଅମରେଶ ପତ୍ରୀଙ୍କୁ ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ, ସତ୍ୟବ୍ରତ (କୁନା) ତ୍ରିପାଠୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ, ବିଜୟ କୁମାର ନାୟକଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ, ପ୍ରିୟଦର୍ଶୀ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ, ସୁବାସ ସିଂହଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ, ସଂଜୀବ ପାଇକରାୟଙ୍କୁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ନିଗମ ଅଧ୍ୟକ୍ଷ, ସୁଧୀର ଦାସଙ୍କୁ ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି।
ସେହିପରି ଦିଲୀପ ତିର୍କି ହେଲେ ରାଜ୍ୟ ହକି ପ୍ରମୋସନ କାଉନସିଲ ଅଧ୍ୟକ୍ଷ, ମାନସ ମାଡ଼କାମୀ ହେଲେ ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ବିନୟ ଟପ୍ପୋ ହେଲେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ସୁସ୍ମିତା ବାଗ୍‌ଚି ହେଲେ ‘ମୋ ସ୍କୁଲ’ ଅଧ୍ୟକ୍ଷ ଓ ଆକାଶ ଦାସ ନାୟକ ହେଲେ ମୋ କଲେଜ’ ଅଧ୍ୟକ୍ଷ।,ଅନୁପ ସାଏଙ୍କ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ, ଅସିତ ପଟ୍ଟନାୟକଙ୍କୁ ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମ ଅଧ୍ୟକ୍ଷ, ଅମରେନ୍ଦ୍ର ଦାସଙ୍କୁ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ, ଲୁଲୁ ଅମାତଙ୍କୁ ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ, ଚିନ୍ମୟ ସାହୁଙ୍କୁ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here