ହରିଡାଖଣ୍ଡି ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ।

0
369

ବ୍ରହ୍ମପୁର, ୨୨/୮/୧୯;ଗୁରୁବାର ଦିନ ହରିଡାଖଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ପୋଷାକ ଓ ବୁଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷୟତୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସି ଆର ସି ସି ଜୟସେନ ପ୍ରଧାନ ମୁଖ୍ୟ ଅତିଥି ,ସାମ୍ବାଦିକ ଅନିଲ କୁମାର ଚୌଧୁରୀ ମୁଖ୍ୟ ବକ୍ତା ଓ ବିଦ୍ୟାଳୟ ସଭାପତି କୃଷ୍ଣଚନ୍ଦ୍ର ବେହେରା ଯୋଗଦେଇ ପୋଷାକ ଓ ବୁଟ ବଣ୍ଟନ କରିଥିଲେ । ୧ ତମ ରୁ ୮ମ ଯାଏଁ ପଡୁଥିବା ୨୨୦ଜଣ ଛାତ୍ରଛାତ୍ରୀ ଏବଂ ଶିକ୍ଷୟତୀ ମାନଙ୍କ ପାଇଁ ପାନୀୟ ଜଳ ଠାରୁ ଆରମ୍ଭ କରି ସୌଚାଳୟର ବ୍ୟବସ୍ଥା ନଥିବା ହେତୁ ଛାତ୍ରଛାତ୍ରୀ ଏବଂ ଶିକ୍ଷୟତୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଢିଥାଏ ବୋଲି ଉପସ୍ଥିତ ଅଭିଭାବକ ଅଭିଯୋଗ କରିଥିଲେ ।ସହକାରୀ ଶିକ୍ଷୟତୀ ସୁଜତା ମହାନ୍ତି,ସଂଯୁକ୍ତା ଦାସ,କେ ଆରତି ପାତ୍ର, ପାରିଜାତ ଚୌଧୁରୀ, ପଦ୍ମାଳୟା ପାତ୍ର, ଆରତି ରାଣୀ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here