ରାସ୍ତା କଡ ରେ ପ୍ରସବ କରିଲେ ମହିଳା

0
384

ବ୍ରହ୍ମପୁର,୨୩/୮/୧୯;ଆଜି ସହର ର ଜନ ଗହଳି ପୂର୍ଣ ରାସ୍ତାରେଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏମକେସିଜି ମେଡିକାଲଠାରୁ ମାତ୍ର ୪ଶହ ମିଟର ଦୂରତାରେ ଥିବା କୋର୍ଟପେଟା ଛକରେ ଏକ ମହିଳା କନ୍ୟା ସନ୍ତାନ ପ୍ରସବ କରିଛନ୍ତି । ମହିଳାଜଣକ ପାତ୍ରପୁର ଅଞ୍ଚଳର ସାଆନ୍ତିପଲ୍ଲି ଗ୍ରାମ ର ଟି. ପାର୍ବତୀ ଏମକେସିଜି ମେଡିକାଲକୁ ସନ୍ତାନ ପ୍ରସବ ନିମନ୍ତେ ଅଟୋରେ ୪ବର୍ଷର ଶିଶୁ ପୁତ୍ର ସହ ଆସୁଥିବା ସମୟରେ ହଠାତ କୋର୍ଟପେଟା ଛକ ନିକଟରେ ଅଟୋ ଚାଳକ ଜଣକ ମହିଳାଙ୍କୁ ଛାଡି ଚାଲିଯାଇଥିଲା । ପ୍ରସବ ବେଦନା ରେ ଛଟପଟ ହେଉଥିବା ମହିଳା ଙ୍କୁ ମେଡିକାଲ ନେବା ପାଇଁ ସ୍ଥାନୀୟ ଲୋକ ମାନେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ସୁଦ୍ଧା,ତାହା ଆସିବାରେ ବିଳମ୍ବ ଘଟିଲା। ପରେ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତାରେ ମହିଳା ଜଣକ ସେଠାରେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ଏବଂ ପରେ ତାଙ୍କୁ ଏମକେସିଜିକୁ ପଠାଯାଇଥିଲା। ତେବେ ମା ଓ ଶିଶୁ ସୁସ୍ଥ ଥିବାର ଜଣାପଡିଛି ।ଆଜିର ଏହି ଘଟଣା ସହର ରେ ଚାଞ୍ଚଲ୍ୟକର ହୋଇଯାଇଛି

LEAVE A REPLY

Please enter your comment!
Please enter your name here