ସଡ଼କ ଦୁର୍ଘଟଣାରେ ଶିକ୍ଷୟତ୍ରୀଙ୍କ  ମୃତ୍ୟୁ, ଭଉଣୀ ଗୁରୁତର 

0
371

ବ୍ରହ୍ମପୁର,୨୩/୮/୧୯;ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ନିକଟସ୍ଥ ରସ ପେକ୍ଟ୍ରି ଠାରେ ଏକା ସ୍କୁଟି ଭାରସାମ୍ୟ ହରାଇ  ଡିଭାଇଡେର ଧକ୍କା ଦେବା ଫଳରେ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନିଜ ଭଉଣୀ ଗୁରୁତର ଆହତ ହୋଇଥିବା ଜଣାପଡିଛି, ମୃତ ଶିକ୍ଷୟତ୍ରୀ ଜଣଙ୍କ ହେଲେ ଗୋଳନ୍ଥରା ସ୍ଥିତ ବିଶ୍ୱନାଥ ଉଚ୍ଚ ଓ ବୈଷୟକ ବିଦ୍ୟାଳୟ ର  କାର୍ଯ୍ୟରତ ଶିକ୍ଷୟତ୍ରୀ ଚନ୍ଦ୍ରମା ବେହେରା ଓ ଗୁରୁତର  ଆହତ ହୋଇଥିବା ଜଣଙ୍କ ହେଲେ ତାଙ୍କ ଭଉଣୀ ସୁଷମା ବେହେରା, ସୂଚନା ଅନୁଯାଇ, ନୟାଗଡ ଜିଲ୍ଲାର ଘୋଡାଆଳ  ଗ୍ରାମର ସୁଷମା ବେହେରା ଓ ଚନ୍ଦ୍ରମା ବେହେରା ଦୁଇ ଭଉଣୀ, ଚନ୍ଦ୍ରମା ଗୋଳନ୍ଥରା ସ୍ଥିତ ଉଚ୍ଚ ଓ ବୈଷୟକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଥିବାବେଳେ ତାଙ୍କ ଭଉଣୀ ସୁଷମା ଛତ୍ରପୁର କୋର୍ଟ ରେ କ୍ଲାର୍କ ଭାବେ କାର୍ଯ୍ୟରତ ଅଛନ୍ତି, ଆଜି ଦୁଇ ଭଉଣୀ ସୁନାପୁର ସ୍ଥିତ ବେଳାଭୂମି ବୁଲି ସନ୍ଦ୍ୟା ପାଞ୍ଚଟା ବେଳେ କୌଣସି କାମରେ ବ୍ରହ୍ମପୁର ନିଜ ସ୍କୁଟି ନମ୍ବରOD07T 3684 ଯୋଗେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ର ଡିଭାଇଡେଡ଼ କୁ ଧକ୍କା ଦେଇଥିଲେ, ଫଳରେ ଉଭୟେ ଛିଟିକି ପଡ଼ିଥିଲେ ଓ ଚନ୍ଦ୍ରମା ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା,ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା, ଖବର ପାଇ ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତ୍ତି କରିଥିଲା, ବର୍ତମାନ ଚନ୍ଦ୍ରମା ଙ୍କ ଶବ ଜବତ କରି ବ୍ୟବେଛଦ କୁ ପଠାଇ ଘଟଣାର ତଦନ୍ତ କରୁଥିବା ବେଳ ସୁଷମା ମେଡିକାଲ ରେ ଚିକିତ୍ସାଧୀନ ଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here