ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ଦେହାନ୍ତ

0
236

ନୂଆଦିଲ୍ଲୀ,୨୪/୮/୧୯;ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ଙ୍କ ଦେହାନ୍ତ ହୋଇଯାଇଛି। ଆଜି ଦିନ ୧୨.୦୭ ସମୟ ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ନେଇ ଦିଲ୍ଲୀ ଏମ୍ସ ପକ୍ଷ ରୁ ପ୍ରେସ ରିଲିଜ ଜରିଆ ରେ ସୁଚନା ଦେଇଛନ୍ତି। ଶ୍ରୀ ଜେଟଲୀ ଗତ ୯ ତାରିଖ ରେ ଏମ୍ସ ହସପିଟାଲ ଭର୍ତ୍ତି ହୋଇଥିଲେ।ସେ ୧୯୯୦ରେ ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ଓକିଲ ଭାବରେ ମାନ୍ୟତା ପାଇଥିଲେ। ଏହାପରେ ସେ ୧୯୯୧ରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ୧୩ ଅକ୍ଟୋବର ୧୯୯୯ରେ ବାଜପେୟୀ ସରକାରରେ ସେ ସୂଚନା ପ୍ରସାରଣ ମନ୍ତ୍ରୀ (ସ୍ୱାଧୀନ) ହୋଇଥିଲେ। ୨୩ ଜୁଲାଇ ୨୦୦୦ରେ ଅତିରିକ୍ତ ଦାୟିତ୍ୱ ଭାବରେ ଆଇନ ଓ କମ୍ପାନୀ ଆଫାଏର୍ସ ମନ୍ତ୍ରୀ ହୋଇଥିଲେ। ଏହାପରେ ମନମୋହନ ସିଂହ ସରକାର ସମୟରେ ରାଜ୍ୟସଭାର ବିରୋଧୀ ଦଳ ନେତା ଭାବରେ ଶ୍ରୀ ଜେଟଲୀ ୩ ଜୁନ୍ ୨୦୦୯ରେ ଦାୟିତ୍ୱ ଗ୍ରହଣ କରିଥିଲେ। ମୋଦ ସରକରୀ ଙ୍କ ସମୟ ରେ ସେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।ବର୍ତ୍ତମାନ ସେ ରାଜ୍ୟସଭା ର ସଦସ୍ୟ ଭାବେ ୨୦୧୮ ରୁ ଅଛନ୍ତି।ରାଜନୀତି ଓ ଓକିଲାତି ବ୍ୟତୀତ ସେ ବିଭିନ୍ନ ଖେଳରେ ରୁଚି ରଖୁଥିଲେ। ସେ ଭଲ ଟେବୁଲ ଟେନିସ୍‌ ମଧ୍ୟ ଖେଳୁଥିଲେ। ସେ ଦିଲ୍ଲୀ କ୍ରିକେଟ୍‌ ଆସୋସିଏସନ୍‌ର ସଭାପତି ମଧ୍ୟ ଥିଲେ। ତାଙ୍କ ବିୟୋଗ ରେ ବିଜେପି ଜଣେ ବରିଷ୍ଠ ନେତାଙ୍କୁ ହରାଇଲା।

LEAVE A REPLY

Please enter your comment!
Please enter your name here