ଦେବଦୂତ ଡାକ୍ତର ଦ୍ବୟ ଙ୍କୁ ସମ୍ମାନିତ କରିଲେ ଏମକେସିଜି କତ୍ତୃପକ୍ଷ

0
215

ବ୍ରହ୍ମପୁର,୨୪/୮/୧୯; ଗତକାଲି ସହର ର ଜନ ଗହଳି ପୂର୍ଣ ରାସ୍ତାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏମକେସିଜି ମେଡିକାଲଠାରୁ ମାତ୍ର ୪ଶହ ମିଟର ଦୂରତାରେ ଥିବା କୋର୍ଟପେଟ ଛକରେ, ପାତ୍ରପୁର ଅଞ୍ଚଳର ସାଆନ୍ତିଆପଲ୍ଲି ଗ୍ରାମ ର ଜଣେ ମହିଳା ଟି. ପାର୍ବତୀ ସନ୍ତାନ ପ୍ରସବ କରିଥିଲେ। ଗତକାଲି ମହିଳା ଜଣକ ମେଡିକାଲ ଆସୁଥିବା ବେଳେ ଅଟୋରିକ୍ସା ଟି କୋର୍ଟପେଟା ଛକ ରେ ଛାଡି ପଳାଇଲା।ପ୍ରସବ ବେଦନା ରେ ଛଟପଟ ହେଉଥିବା ମହିଳା ଙ୍କୁ ମେଡିକାଲ ନେବା ପାଇଁ ସ୍ଥାନୀୟ ଲୋକ ମାନେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ସୁଦ୍ଧା,ତାହା ଆସିବାରେ ବିଳମ୍ବ ଘଟିଲା।ଠିକ୍ ଏହି ସମୟ ରେ ସେହି ରାସ୍ତା ଦେଇ ଯାଉଥିବା ଡାକ୍ତର ରୌନିକ ଗାନ୍ଧୀ ଓ ତାଙ୍କ ସହଯୋଗୀ ଡାକ୍ତର ଦେବଦର୍ଶନୀ ସାହୁ ଦେବଦୂତ ରୂପେ ପହଞ୍ଚି,ମହିଳା ଜଣକୁ ସୁରକ୍ଷିତ ଚିକିତ୍ସା କରାଇଥିଲେ।ଉଭୟ ଡାକ୍ତର ଓ ସ୍ଥାନୀୟ ବ୍ୟକ୍ତିଙ୍କ ସହାୟତାରେ ମହିଳା ଜଣକ ସେଠାରେ ଶିଶୁ କନ୍ୟା ଟି ଜନ୍ମ ଦେଇଥିଲା।ଏବଂ ପରେ ତାଙ୍କୁ ଏମକେସିଜିକୁ ପଠାଯାଇଥିଲା। ଆଜି ଏହି କାରଣରୁ ସେବା ପାଇଁ ଉଭୟ ଡାକ୍ତର ଙ୍କୁ ମେଡିକାଲ କଲେଜ ଅଧକ୍ଷ ରାଧାମୋହନ ତ୍ରିପାଠୀ ଓ ମେଡିକାଲ ଅଧକ୍ଷ ଡା. ଚରଣ ପଣ୍ଡା ସେମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରିବା ସହ ଧନ୍ଯବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here