ଋଷିକୁଲ୍ୟା ନଦୀ ରେ କାଞିଆମ୍ମା ଗ୍ରାମ ର ୫ ଭାସି ଗଲେ, ୪ ଉଦ୍ଧାର, ଜଣେ ନିଖୋଜ

0
278

ହିଞ୍ଜିଳିକାଟୁ,୨୪/୮/୧୯:ହିଞ୍ଜିଳିକାଟୁ  ଥାନା ଅନ୍ତର୍ଗତ ଶେରଗଡ ବ୍ଳକ କାଞ୍ଜିଆମା ଗ୍ରାମରେ ଘଟିଛି ଅଘଟଣ । ଖୁଦୁରୁକୁଣୀ ପୂଜା ନିମନ୍ତେ ନଦୀରୁ ପୁଜାକରି ବାଲି ଉଠାଇବା ବେଳେ ନଦୀ ସୁଅରେ ଭାସିଗଲେ ୩ଜଣ ଯୁବତୀ । ଅଗ୍ନିଶ୍ରମ ବିଭାଗ ଓ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଦୁଇ ଯୁବତୀ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ନିଖୋଜ ଯୁବତୀ ଜଣକ ହେଲେ କାଞ୍ଜିଆମା ଗ୍ରାମ କେଉଟ ସାହିର ମୁଳିଆ ବେହେରା ଙ୍କ ଝିଅ ସିଲି ବେହେରା (୧୭)। ନଦୀରୁ ଉଦ୍ଧାର ହୋଇଥିବା ଦୁଇଜଣ ହେଲେ (୧) ତୋଫାନ ବେହେରାଙ୍କ ଝିଅ ପୂଜା ବେହେରା (୧୬)ଓ(୨)ଗୋଲକ ବେହେରାଙ୍କ ଝିଅ ରୁପାଲି ବେହେରା(୧୭) । ଘଟଣାରୁ ପ୍ରକାଶ କାଞ୍ଜିଆମା ଗ୍ରାମର ଯୁବତୀ ମାନେ ଖୁଦୁରୁକୁଣୀ ପୂଜା ନିମନ୍ତେ ଗ୍ରାମ ପଛ ଦେଇ ଯାଇଥିବା ରୁଷିକୁଲ୍ୟା ନଦୀରେ ପୂଜା କରି ପାଣିରେ ବୁଡି ଦୁଇ ହାତରେ ଦୁଇମୁଠା ବାଲି ଆଣି ରିତୀ ନିତୀ ପ୍ରକାରେ ପୁଜା କରିବା ପାଇଁ ନଦୀକୁ ଯାଇଥିଲେ । ୫୦ ରୁ ୬୦ ଜଣ ଯୁବତୀ ପୂଜା କରୁଥିବା ବେଳେ ୪ ଭାଗ ହୋଇ ୧୫ଜଣ ଲେଖାଏଁ ନଦୀକୁ ଯାଇଥିଲେ ।ହଠାତ ତିନିଜଣ ପୁଜା,ରୁପାଲୀ ଓ ସିଲି ନଦୀ ରେ ବୁଡି ବାଲି ଧରି ଉଠିବା ବେଳକୁ ନଦୀର ପ୍ରଖର ସୁଅରେ ଭାସୀଯାଇଥିଲେ । ଅନ୍ୟ ସାଙ୍ଗ ମାନେ ହାତ କୁ ହାତ ଧରି ନଦୀ କୁଳକୁ ଆସିଥିବା ବେଳେ ତିନି ଜଣ ବୁଡି ଭାସି ଯାଇଥିବା ଦେଖିବାକୁ ପାଇଲେ । ଝିଅ ମାନଙ୍କ ପାଟି ଶୁଣି ଗ୍ରାମବାସୀ ନଦୀ କୁଳକୁ ଯାଇଥିଲେ ଓ ହିଞ୍ଜିଳି ପୋଲିସ ସହ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶ୍ରମ ବିଭାଗ ସମସ୍ତ କର୍ମଚାରୀ ଅବିଳମ୍ବେ ଘଟଣା ସ୍ଥଳରେ ପହଚିଁ ସ୍ଥାନୀୟ ଯୁବକଙ୍କ ସହାୟତାରେ ବୋଟ ଯୋଗେ ନଦୀ ଗର୍ଭରୁ ପୁଜା ଓ ରୁପାଲି ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ମେଡିକଲରେ ଭର୍ତି କରାଇଥିଲେ । ହିଞ୍ଜିଳିକାଟୁ ମେଡିକଲରେ ଦୁଇ ଝିଅଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କାର୍ଯ୍ୟରତ ଡାକ୍ତର ମାଧବ ସାହୁ କହିଛନ୍ତି । ଅନ୍ୟ ଖବର ଲେଖା ହେବା ସୁଦ୍ଧା ସିଲି ବେହେରା ଙ୍କ କୌଣସି ସଂନ୍ଧାନ ମିଳିନଥିବା ଅଗ୍ନିଶ୍ରମ ବିଭାଗର ଅଧିକାରୀ ଲବ ନାୟକ ସୁଚନା ଦେଇଛନ୍ତି ଓ କର୍ମଚାରୀମାନେ ନଦୀରେ ସିଲି ଙ୍କ ସନ୍ଧାନ ନିମନ୍ତେ ବୋଟ ଯୋଗେ ଅପରେସନ ଚଳାଇଥିବା କହିଛନ୍ତି ।ଅନ୍ୟ ପଟେ ଝିଅ ର ସନ୍ଧାନ ନ ମିଳିବାରୁ ସିଲି ର ପରିବାର ଲୋକ ମର୍ମାହତ ହୋଇ ପଡିଛନ୍ତି। କାନ୍ଦ ବୋବାଳି ରେ ଘର ଫାଟି ପଡୁଛି।

LEAVE A REPLY

Please enter your comment!
Please enter your name here